herald.ng
ନୂଆଦିଲ୍ଲୀ: ଶନିବାର ସକାଳ ସମୟରେ ଦିଲ୍ଲୀର ଦିଚାଓଁ କଲନ ଅଞ୍ଚଳରେ ଥିବା ଏକ ବନ୍ଦ ଘରୁ ଦମ୍ପତ୍ତିଙ୍କ ମୃତଦେହ ମିଳିଛି। ମହିଳାଙ୍କୁ ପ୍ରଥମେ ତାଙ୍କ ସ୍ବାମୀ ଛୁରୀ ଭୁଷି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଏଭଳି ଘଟଣା ଘଟିବା ସମୟରେ ଦମ୍ପତ୍ତିଙ୍କ ଦୁଇ ସନ୍ତାନ ଘରେ ଥିଲେ ବୋଲି କହିଛି ପୁଲିସ। ମହିଳାଙ୍କ ନାଁ ସ୍ନେହା ବୋଲି ଜଣା ପଡ଼ିଥିବା ବେଳେ ଅଭିଯୁକ୍ତ ସ୍ବାମୀର ନାଁ ସୁଦେଶ ବୋଲି ଚିହ୍ନଟ କରିଛି ପୁଲିସ।
ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି କି, ଶୁକ୍ରବାର ସୁଦେଶ ନିଜର ଦୁଇ ସନ୍ତାନଙ୍କୁ ନିଜ ନିଜର ରୁମକୁ ଯିବା ପାଇଁ କହିବା ସହ ସ୍ନେହାଙ୍କୁ ଜରୁରୀ ଆଲୋଚନା କରିବାର ଅଛି ବୋଲି କହି ଡ଼ାକିଥିଲେ। କିଛି ସମୟ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବା ସହ ସୁଦେଶ ରୋଷେଇ ଘରୁ ଛୁରୀ ଆଣି ସ୍ନେହାଙ୍କୁ ଭୁଷିଥିଲେ। ରାଗରେ ସେ ଛୁରୀ ଭାଙ୍ଗିବା ପର୍ଯ୍ୟନ୍ତ ସ୍ନେହାଙ୍କୁ ଭୁଷିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ସୁଦେଶ ନିଜ ଶୋଇବା ଘରକୁ ଯାଇ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଶନିବାର ସକାଳ ସମୟରେ ଏ ନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ପୁଲିସ।
witbanknews.co.zaତେବେ ସୁଦେଶଙ୍କ ସଂପର୍କୀୟଙ୍କ କହିବା ମୁତାବକ, ସୁଦେଶ ଇଞ୍ଜିନିୟର ଭାବେ କାମ କରୁଥିଲେ। କିନ୍ତୁ ୬ମାସ ତଳେ ସେ ଅବସାଦଗ୍ରସ୍ତ ହେବାରୁ ତାଙ୍କର ଲଗାତାର ଚିକିତ୍ସା କରାଯାଉଥିଲା। ଔଷଧ ଖାଇବା ସହ ସେ ଧିରେ ଧିରେ ଭଲ ହେବା ଆରମ୍ଭ କରିଥିଲେ। କିନ୍ତୁ ଆର୍ଥିକ ସମସ୍ୟା ଥିବାରୁ ସେ ରାଗରେ ଏଭଳି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ସେମାନେ କହିଛନ୍ତି।
Follow Us