oneindia
ସୁଲତାନପୁର: ମୋବାଇଲରୁ ସେଲଫି ନେବାର କ୍ରେଜ ଯୁବପିଢ଼ିଙ୍କ ମଧ୍ୟରେ ଏମିତି ବଢ଼ିଗଲାଣି ଯେ ସମୟସମୟରେ ଏହା ତାଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଉଛି। ଏମିତି ଏକ ଘଟଣା ନିକଟରେ ଜଣେ ଯୁବକଙ୍କ ସହିତ ଘଟିଛି। ଏହି ଯୁବକଙ୍କ ନାମ ପ୍ରମୋଦ କୁମାର ମୌର୍ଯ୍ୟ (୩୫) ବୋଲି ଜଣାପଡ଼ିଛି।
ସ୍ଥାନୀୟ ରେଳ ଷ୍ଟେସନରେ ଲାଗିଥିବା ମାଲଗାଡ଼ି ସହିତ ସେଲଫି ନେଉଥିବା ସମୟରେ ହଠାତ ଟ୍ରେନ୍ ଚାଲିବା ଆରମ୍ଭ କରିଥିଲା ଫଳରେ ଯୁବକ ଜଣକ ଟ୍ରାକ୍ରେ ପଡ଼ି ଯାଇଥିଲେ। ଏବଂ ତାଙ୍କ ବାମ ଗୋଡର ପଞ୍ଜା କଟି ଯାଇଥିଲା। ଗମ୍ଭୀର ଅବସ୍ଥାରେ ଡାକ୍ତର ତାଙ୍କୁ ଡ୍ରାମା ସେଣ୍ଟର ଲକ୍ଷ୍ମୌ ସ୍ଥାନାନ୍ତର କରି ଦେଇଥିଲେ।
CNN Internationalକୁଡଓ୍ଵାର ଥାନା ଅଞ୍ଚଳର ତିଓ୍ଵାରିପୁରରେ ବସବାସ କରୁଥିବା ପ୍ରମୋଦ କୁମାର ମୌର୍ଯ୍ୟ (୩୫) ଶୁକ୍ରବାର ଘରୁ ଚଣ୍ଡୀଗଡ଼ ଯିବା ପାଇଁ ବାହାରି ଥିଲେ। ସେ ଟ୍ରେନ ଧରିବା ପାଇଁ ତୁଲତାନପୁର ରେଲେଓ୍ଵ ଷ୍ଟେସନ୍ ଜଙ୍କସନ୍ରେ ପହଞ୍ଚିଥିଲେ। ସ୍ଥାନୀୟଲୋକଙ୍କ କହିବାନୁସାରେ, ପ୍ରମୋଦ ଆକସ୍ମିକ ଷ୍ଟେସନ୍ର ପ୍ଲାଟଫର୍ମ ନମ୍ବର ଦୁଇରେ ବାରାଣାସୀ ଯିବା ପାଇଁ ଛିଡା ହୋଇଥିବା ମାଲଗାଡିରୁ ସେଲଫି ନେବା ପାଇଁ ପ୍ରୟାସ କରିଥିଲେ। ଏହି ସମୟରେ ଟ୍ରେନ୍ଟି ଆଗକୁ ବଢ଼ି ଯାଇଥିଲା। ଟ୍ରାକ୍ରେ ପଡ଼ିଯିବା କାରଣରୁ ତାଙ୍କର ଦୁଇଟି ଗୋଡ ଓ ହାତ ଜଖମ ହୋଇ ଯାଇଥିଲା। ଘଟଣାସ୍ଥଳରେ ଜିଆରପି ଓ ସ୍ଥାନୀୟ ଯାତ୍ରୀଙ୍କ ସାହାଯ୍ୟରେ ଜିଲ୍ଲା ହସ୍ପିଟାଲ୍ରେ ତାଙ୍କୁ ପହଞ୍ଚା ଯାଇଥିଲା। ଗୋଡରେ ଅଧିକ ଆଘାତ ଲାଗିଥିବା ହେତୁ ରକ୍ତସ୍ରାବ ଅଧିକ ହେବାକୁ ଲାଗିଥିଲା। ତେଣୁ ଡାକ୍ତର ତାଙ୍କୁ ଲକ୍ଷ୍ମୌ ସ୍ଥାନାନ୍ତର କରି ଦେଇଥିଲେ।
Follow Us