ଜୀବଜନ୍ତୁଙ୍କୁ ନିର୍ଯାତନା ଦେବାର ପରିଣାମ: ଖେଳୁଖେଳୁ ଯୁବକଙ୍କ ମଥାକୁ କାମୁଡି ଧରିଲା ସାପ: ଭିଡିଓ ଭାଇରାଲ୍‌

Advertisment
ଜୀବଜନ୍ତୁଙ୍କୁ ନିର୍ଯାତନା ଦେବାର ପରିଣାମ: ଖେଳୁଖେଳୁ ଯୁବକଙ୍କ ମଥାକୁ କାମୁଡି ଧରିଲା ସାପ: ଭିଡିଓ ଭାଇରାଲ୍‌

oneindia.com

ନୂଆଦିଲ୍ଲୀ:କିଛିଦିନ ତଳର ଏକ ପୁରୁଣା ଭିଡିଓ ଏବେ ଭାଇରାଲ ହୋଇଛି।। ଫେସ୍‌ବୁକ୍‌ରେ ଭାଇରାଲ ହୋଇଥିବା ଏହି ଭିଡିଓ ଦେଖି ଆପଣ ବି ସ୍ତବ୍ଧ ହୋଇଯିବେ। ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଏକ ସାପ ଜଣେ ଯୁବକଙ୍କ ମଥା ଉପରକୁ ଆକସ୍ମିକ ଭାବେ ଚୋଟ ପକାଉଛି। ଯୁବକ ସାପ ମୁହଁକୁ ନିଜ ମଥାରୁ ଯେତେ ଛଡାଇବାକୁ ଚେଷ୍ଟା କଲେ ମଧ୍ୟ ସାପଟି ଯୁବକଙ୍କ ମଥାକୁ ନଛାଡ଼ି ସେମିତି କାମୁଡି ଧରୁଛି।

publive-image

ଏହି ଭିଡିଓକୁ ଏକ ଏନ୍‌ଜିଓ ରେପଟାଇଲ ଇଂଟଲଙ୍କ ପକ୍ଷରୁ ଫେସ୍‌ବୁକ୍‌ରେ ସେୟାର କରାଯାଇଛି। ଭିଡିଓରେ ଜୀବଜନ୍ତୁଙ୍କୁ ନିର୍ଯାତନା ଦେଲେ  ପରିଣାମ କ’ଣ ହୁଏ ତାହାର ଏକ ପ୍ରମାଣ ଦେଖିବାକୁ ମିଳୁଛି। ଏକ ନୀଳ ରଙ୍ଗର ପୋଷାକ ପିନ୍ଧିଥିବା ଜଣେ ଯୁବକ ସାପକୁ ଧରି ଖେଳୁଖେଳୁ ତାକୁ ବ୍ୟସ୍ତବିବ୍ରତ କରି ଦେଉଛନ୍ତି।

ଯେମିତି ହିଁ ଯୁବକ ସାପକୁ ନିଜର ଅତି ନିକଟକୁ ଆଣୁଛନ୍ତି,, ସାପ ବି ଏହାର ସୁଯୋଗ ନେଇ ଯୁବକଙ୍କ ମଥାକୁ ଜୋରରେ କାମୁଡି ଧରୁଛି। ଯୁବକ ଯେତେ ଚେଷ୍ଟା କଲେ ମଧ୍ୟ ସାପକୁ ମଥାରୁ ଛଡାଇ ପାରୁନାହାନ୍ତି। ଏହା ଆଗକୁ ଘଟଣା କ’ଣ ଘଟୁଛି ତାହା ରେକର୍ଡ ହୋଇ ପାରି ନଥିଲା।

publive-image

ତେବେ ଏହି ଭିଡିଓଟି ସେପ୍ଟେମ୍ବର ୨ରେ ଅପଲୋଡ ହୋଇଥିଲେ ହେଁ ଏଯାବତ୍‌ ଅଢ଼େଇ ଲକ୍ଷରୁ ଊର୍ଧ୍ୱ ଲୋକ ଏହାକୁ ଦେଖିବା ସହିତ ସେୟାର ବି କରିଛନ୍ତି। ଭିଡିଓକୁ ଦେଖି ଅନେକ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ଯୁବକଙ୍କ ସହିତ ଏପରି ନଘଟିଥିଲେ ସିଏ ନିଜ ଭୁଲ ବୁଝି ପାରି ନଥାଆନ୍ତେ ବୋଲି ବି ଲୋକେ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe