ପଛରେ ଗୋଡ଼ାଇ ବିରକ୍ତ କରୁଥିବା ୩୫ ବର୍ଷିୟ ବ୍ୟକ୍ତିଙ୍କୁ ଚପଲରେ ପିଟିଲେ କଲେଜ ଝିଅ

Advertisment
ପଛରେ ଗୋଡ଼ାଇ ବିରକ୍ତ କରୁଥିବା ୩୫ ବର୍ଷିୟ ବ୍ୟକ୍ତିଙ୍କୁ ଚପଲରେ ପିଟିଲେ କଲେଜ ଝିଅ

Image Courtesy of Parda Phash

ବେଙ୍ଗାଲୁରୁ: ପଛରେ ଗୋଡ଼ାଇ ବିରକ୍ତ କରୁଥିବା ଜଣେ ବ୍ୟକ୍ତିଙ୍କୁ କର୍ଣ୍ଣାଟକର ଉଦୁପି ଜିଲ୍ଲାରେ ଶୁକ୍ରବାର ଦିନ ଜଣେ କଲେଜପଢୁଆ ଝିଅ ଚପଲ ବା ସାଣ୍ଡାଲ୍‌ରେ ପିଟିଛନ୍ତି।

ଘଟଣା ସମୟରେ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି, ଝିଅଟି ସେ ବ୍ୟକ୍ତିଙ୍କ ମୁହଁ ଓ ମୁଣ୍ଡରେ ଚପଲ ପାହାର ଦେଉଛନ୍ତି। ମାଡ଼ ଖାଇବା ପରେ ବ୍ୟକ୍ତିଜଣକ ଉପସ୍ଥିତ ଲୋକମାନଙ୍କୁ କାକୁତି ମିନତି କରି ଅନୁରୋଧ କରୁଛନ୍ତି କି, ମତେ ଛାଡ଼ି ଦିଅନ୍ତୁ।

ସେ ଚପଲ ପାହାର ଖାଉଥିବା ବ‌େଳେ ସ୍ଥାନୀୟ ଗ୍ରାମବାସୀ ଠିଆ ହୋଇ ଦେଖୁଥିଲେ। ବିନା କୌଣସି ପ୍ରତିବାଦରେ ବ୍ୟକ୍ତିଜଣକ ସେ ଝିଅର ଚପଲ ପାହାର ସହ୍ୟ କରୁଥିଲେ।

publive-image Image Courtesy of MSN

ସ୍ଥାନୀୟ ଲୋକେ କହିବା ଅନୁସାରେ, ସବୁଦିନ ପରି ଶୁକ୍ରବାର ସକାଳେ ଝିଅଟି ହଷ୍ଟେଲ୍‌ରୁ କଲେଜକୁ ଯିବା ବାଟରେ ଉକ୍ତ ୩୫ ବର୍ଷିୟ ବ୍ୟକ୍ତିଜଣକ ତା’ ପଛେ ପଛେ ଯାଇ ତାକୁ ଖୁବ୍‌ ବିରକ୍ତ କରିଥିଲେ।

ଖୁବ୍‌ ରାଗି ଯାଇଥିବା ସେ କଲେଜ ଛାତ୍ରୀଜଣଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସି ଉକ୍ତ ବ୍ୟକ୍ତିକୁ ଧରି ପକାଇଥିଲେ। ପରେ ସେମାନେ ତାଙ୍କୁ ନେଇ ପୁଲିସ ଜିମାରେ ଦେଇଥିଲେ। ସେ ବ୍ୟକ୍ତିଙ୍କ ନାମ ନାଜିର୍‌ ବୋଲି ଜଣାପଡ଼ିଛି।

ଘଟଣାସ୍ଥଳରୁ ଉତ୍ତୋଳିତ ଏହି ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe