ସହକର୍ମୀଙ୍କୁ ଏସିଡ ମାଡ଼ କରିବାକୁ ଧମକ ଦେବାରୁ ଚାଲିଗଲା ଚାକିରି

Advertisment

ସହକର୍ମୀଙ୍କୁ ଧମକ ଦେବାରୁ ଚାଲିଗଲା ଚାକିରି | ବେଙ୍ଗାଲୁରୁରେ ଘଟିଛି ଏଭଳି ଘଟଣା | ସହକର୍ମୀଙ୍କ ପୋଷାକ ପିନ୍ଧିବା ଶୈଳୀ ପସନ୍ଦ ନଆସିବାରୁ ଅଭିଯୁକ୍ତ ଏସିଡ ପକାଇବାକୁ ଧମକ ଦେଇଥିବା ଜଣାଯାଇଛି |

ସହକର୍ମୀଙ୍କୁ ଧମକ ଦେବାରୁ ଚାଲିଗଲା ଚାକିରି | ବେଙ୍ଗାଲୁରୁରେ ଘଟିଛି ଏଭଳି ଘଟଣା | ସହକର୍ମୀଙ୍କ ପୋଷାକ ପିନ୍ଧିବା ଶୈଳୀ ପସନ୍ଦ ନଆସିବାରୁ ଅଭିଯୁକ୍ତ ଏସିଡ ପକାଇବାକୁ ଧମକ ଦେଇଥିବା ଜଣାଯାଇଛି |

bengaluruu

ବେଙ୍ଗାଲୁରୁ: ସହକର୍ମୀଙ୍କୁ ଧମକ ଦେବାରୁ ଚାଲିଗଲା ଚାକିରି | ବେଙ୍ଗାଲୁରୁରେ ଘଟିଛି ଏଭଳି ଘଟଣା | ସହକର୍ମୀଙ୍କ ପୋଷାକ ପିନ୍ଧିବା ଶୈଳୀ ପସନ୍ଦ ନଆସିବାରୁ ଅଭିଯୁକ୍ତ ଏସିଡ ପକାଇବାକୁ ଧମକ ଦେଇଥିବା ଜଣାଯାଇଛି | ପୀଡ଼ିତାଙ୍କ ସ୍ୱାମୀ ଏନେଇ ସୋସିଆଲ ମିଡିଆରେ ଚିନ୍ତା ବ୍ୟକ୍ତ କରିବା ସହ ପୁଲିସରେ ଏନେଇ ଅଭିଯୋଗ କରିଛନ୍ତି | କୁହାଯାଉଛି ଯେ, ପୀଡ଼ିତାଙ୍କ ସ୍ୱାମୀ ଅଭିଯୋଗ ଆଣିବା ପରେ ଅଭିଯୁକ୍ତକୁ ଚାକିରିରୁ ବହିଷ୍କାର କରିଛି କମ୍ପାନି |

ପୀଡ଼ିତାଙ୍କ ସ୍ୱାମୀ ତଥା ସାମ୍ବାଦିକ ଶେହବାଜ ଅନସାର ଏକ୍ସ ପୋଷ୍ଟରେ ଅଭିଯୁକ୍ତର ଇନଷ୍ଟା ପ୍ରୋଫାଇଲର ଓ ସେ ପଠାଇଥିବା ମେସେଜର ସ୍କ୍ରିନସଟ ସେୟାର କରି ଲେଖିଥିଲେ ଯେ, "ଏହି ବ୍ୟକ୍ତି ମୋ ସ୍ତ୍ରୀଙ୍କ ପୋଷାକ ପିନ୍ଧିବା ଶୈଳୀକୁ ପସନ୍ଦ କରୁନଥିବାରୁ ତାଙ୍କ ମୁହଁରେ ଏସିଡ୍ ପକାଇବାକୁ ଧମକ ଦେଉଛନ୍ତି। କୌଣସି ଅଘଟଣ ଯେପରି ନହୁଏ ସେଥିପାଇଁ ତୁରନ୍ତ ଏହି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର।" ଏହି ପୋଷ୍ଟରେ ସେ କର୍ଣ୍ଣାଟକର ଡିଜିପି ଓ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ କରିଥିବା ଦେଖାଯାଇଛି | ପୋଷ୍ଟରୁ ଅଭିଯୁକ୍ତର ନାମ ନିକିଥ ସେଟ୍ଟୀ ବୋଲି ଜଣାପଡିଛି |

ତେବେ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ କୌଣସି ସୂଚନା ମିଳିନଥିବା ବେଳେ ଅଭିଯୁକ୍ତ କାମ କରୁଥିବା କମ୍ପାନି ତାକୁ ଚାକିରିରୁ ବାହାର କରିଦେଇଥିବା ଜଣାପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe