ରାଗରେ ସ୍ତ୍ରୀକୁ ଆଠମହଲା ବାଲକୋନିରୁ ତଳକୁ ଫିଙ୍ଗିଦେଲା ସ୍ବାମୀ

Advertisment
ରାଗରେ ସ୍ତ୍ରୀକୁ ଆଠମହଲା ବାଲକୋନିରୁ ତଳକୁ ଫିଙ୍ଗିଦେଲା ସ୍ବାମୀ

ଲକ୍ଷ୍ମୌ: ଲକ୍ଷ୍ମୌ ଗୋସାଇଗଞ୍ଜରେ ଜଣେ ବ୍ୟକ୍ତି ପାରିବାରିକ ବିବାଦ ପରେ ନିଜ ପତ୍ନୀଙ୍କୁ କୋଠାର ଅଷ୍ଟମ ମହଲାର ବାଲକୋନିରୁ ତଳକୁ ଠେଲି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ୩୨ ବର୍ଷିୟ ପୀଡିତା ନିତୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନିତୁ ୩୬ ବର୍ଷିୟ ସଞ୍ଜୀବ କୁମାରଙ୍କୁ ୨୦୧୧ ରେ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ଗୋଟିଏ ଝିଅ ୭ ବର୍ଷର ଥିବା ବେଳେ ପୁଅର ବୟସ ୫ ବର୍ଷ ।

ପୁଲିସ ସୂତ୍ରରୁ ପ୍ରକାଶ, ଏହି ଦମ୍ପତି ମଧ୍ୟରେ ପ୍ରତିଦିନ ଝଗଡ଼ା ଲାଗି ରହିଥିଲା। ଗତ ସୋମବାର ଦିନ ସବୁଦିନ ପରି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଫଳରେ ସଞ୍ଜୀବ  ରାଗରେ ଅଷ୍ଟମ ମହଲାର ଭଡା ଘରେ ରହୁଥିବା ବାଲକୋନିରୁ ସ୍ତ୍ରୀ ନିତୁଙ୍କୁ ତଳକୁ ଠେଲି ଦେଇଥିଲେ। ସଞ୍ଜୀବ ଏକ ଘରୋଇ ଫାର୍ମରେ ଫାଇନାନ୍ସର ଭାବେ କାମ କରୁଥିବାବେଳେ ନିତୁ ଜଣେ ଗୃହିଣୀ ଥିଲେ ।

ମୃତ ନିତୁଙ୍କ ଭାଇ ରାଜ କିରଣ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭିଣେଇ ସଞ୍ଜୀବଙ୍କ ଗତ ତିନିବର୍ଷ ଧରି ଅନ୍ୟ ଜଣେ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରହିଥିଲା। ତାଙ୍କ ଭଉଣୀ ସଞ୍ଜୀବଙ୍କ ଏ ସମ୍ପର୍କକୁ ସର୍ବଦା ବିରୋଧ କରନ୍ତି, କିନ୍ତୁ ସଞ୍ଜୀବ ଦାବି କରୁଥିଲେ ଯେ ମହିଳା ଜଣକ ତାଙ୍କ ଭଉଣୀ ତେଣୁ ସେ ତାଙ୍କ ଘରକୁ ଅନେକ ଥର ଯାଇ ଦେଖା ବି କରିଥାଆନ୍ତି।

ଗୋସାଇଗଞ୍ଜ ପୁଲିସ ଷ୍ଟେସନର ଦାୟିତ୍ୱରେ ଥିବା ଶୈଳେନ୍ଦ୍ର ଗିରି କହିଛନ୍ତି, "ଆମେ ପୀଡିତାଙ୍କ ଭାଇଙ୍କଠାରୁ ଅଭିଯୋଗ ଗ୍ରହଣ କରି ସଞ୍ଜୀବଙ୍କୁ ଗିରଫ କରିଛୁ। ମହିଳାଙ୍କୁ ହତ୍ୟା ଏବଂ ନିର୍ଯାତନା ଅଭିଯୋଗରେ ଆମେ ତାଙ୍କୁ ଗିରଫ କରିଛୁ। ଅଭିଯୁକ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe