The Week
ଚଣ୍ଡିଗଡ଼: ଚଣ୍ଡିଗଡ଼ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକଙ୍କୁ ତାଙ୍କ ୨୨ ବର୍ଷୀୟା ପ୍ରେମିକା ୨ ହଜାର ଟଙ୍କା ଦେବାକୁ ମନା କରିବାରୁ ଯୁବକ ଜଣକ ପ୍ରେମିକାଙ୍କ ମୁହଁକୁ ସାନିଟାଇଜର୍ ଫିଙ୍ଗିଥିବା ଜାଣିବାକୁ ମିଳିଛି। ଯୁବକ ଜଣକ ସାନିଟାଇଜର୍ ପକାଇ ଯୁବତୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ଯୁବତୀଙ୍କ ଶରୀର ୨୦ ପ୍ରତିିଶତ ଜଳିଯିବା ପରେ ସେ ସ୍ଥାନୀୟ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।
ଘଟଣାଟି ହେଉଛି ଜୁଲାଇ ୬-୭ ରାତିର। ଅଭିଯୁକ୍ତ ଜଣକ ହେଉଛନ୍ତି ନରେଶ। ନରେଶ ତାଙ୍କ ପ୍ରେମିକା ଦାମିନି(ଛଦ୍ମନାମ)ଙ୍କୁ ୨୦୦୦ ଟଙ୍କା ମାଗିଲେ। ମାତ୍ର ଦାମିନି ଟଙ୍କା ଦେବାକୁ ମନା କରି ଦେଲେ। ଫଳରେ ରାଗରେ ଆସି ନରେଶ ତାଙ୍କ ଉପରକୁ ସାନିଟାଇଜର୍ ପକାଇ ନିଆଁ ଲଗାଇ ଦେଇଥିଲେ। ନରେଶ ସାନିଟାଇଜର୍ ଢାଳି ନିଆଁ ଲଗାଇବା ପରେ ଦାମିନି ଚିତ୍କାର କରି ଉଠିଥିଲେ। ଫଳରେ ପାଖ ପଡ଼ିଶା ଧାଇଁ ଆସିଥିଲେ। ପଡ଼ିଶାମାନେ ସେଠାରେ ପହଞ୍ଚି ଦାମିନିଙ୍କୁ ନିକଟସ୍ଥ ହସ୍ପିଟାଲ୍କୁ ବୋହି ନେଇଥିଲେ।
Times Nowଜାଣିବାକୁ ମିିଳିଛି ଯେ ଅଭିଯୁକ୍ତ ଓ ପୀଡ଼ିତା ଦୁହେଁ ଲିଭ୍-ଇନ୍-ରିଲେସନ୍ସିପ୍ରେ ରହୁଥିଲେ। ସେମାନେ ୨୦୧୯ ମସିହାରୁ ପରସ୍ପରଙ୍କ ସହ ସାଥି ହୋଇ ରହୁଥିଲେ। ଦାମିନି ଏପରି ଘଟଣା ଘଟିବା ପରେ ନରେଶଙ୍କ ବିରୋଧରେ ପୁଲିସ୍ରେ ଅଭିଯୋଗ ଆଣିଛନ୍ତି। ସେ ଏବେ ହସ୍ପିଟାଲ୍କୁ ଡିସ୍ଚାର୍ଜ ହୋଇ ସାରିଲେଣି। ଦାମିନିଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଘଟଣାର ତଦନ୍ତ କରି ଶୁକ୍ରବାର ନରେଶଙ୍କୁ ଗିରଫ କରିଛି।
Follow Us