ପୁଲିସ ଉପରକୁ ଚଣା ମସଲା ତରକାରି ଫିଙ୍ଗି ଥାନାରୁ ଚମ୍ପଟ୍‌ ମାରିଲା ଅଭିଯୁକ୍ତ

Advertisment
ଇନସ୍‌ପେକ୍ଟର ଅମିତ ବିଶ୍ୱାଳଙ୍କୁ ସସ୍‌ପେଣ୍ଡ କଲେ ଡିଜିପି ରାଜେନ୍ଦ୍ର ଶର୍ମା

କୋଚି: ଗାର୍ଡ ଉପରକୁ ଚଣା ମସଲା ତରକାରି ଫିଙ୍ଗି କେନ୍ଦ୍ରୀୟ ଥାନା ହାଜତରୁ ଖସି ପଳାଇଛି ଜଣେ ୨୧ ବର୍ଷିୟ ଅଭିଯୁକ୍ତ।

ଅଭିଯୁକ୍ତ ତବସୀର ଦର୍ବେଶ ନାମରେ ବ୍ରୋଡ୍‌େଓ୍ଵ ଏବଂ ମାର୍କେଟ୍‌ ରୋଡ୍‌ରେ ଚୋରି ଅଭିଯୋଗ ଥିଲା।

ଦର୍ବେଶ ଏବଂ ତା’ର ହାଜତ-ସାଥୀ ମହମ୍ମଦ ଅସ୍‌ଲାମ୍‌ଙ୍କ ଘର ପୋନ୍ନାନିରେ। ଉଭୟ ଉପରୋକ୍ତ ସ୍ଥାନରୁ ଚୋରି ମାମଲାରେ ଧରାଯାଇ କେନ୍ଦ୍ରୀୟ ପୁଲିସ ହାଜତରେ ଥିଲେ।

ବୁଧବାର ପାହାନ୍ତା ୩: ୩୦ ମିନିଟ୍‌ ସମୟରେ ପରିସ୍ରା କରାଇ ନେବାକୁ ଆସ୍‌ଲମ୍‌ ଗାର୍ଡଙ୍କୁ କହିଲା। ଗାର୍ଡ ଆସ୍‌ଲମ୍‌ଙ୍କୁ ଶୌଚାଳୟରୁ ପରିସ୍ରା କରାଇ ଆଣିବା ପରେ ହାଜତ ଭିତରକୁ ନେବା ସମୟରେ ଦର୍ବେଶ କାଗଜ କପ୍‌ରେ ରଖିଥିବା ତରକାରିକୁ ଗାର୍ଡଙ୍କ ମୁହଁକୁ ଫୋପାଡ଼ିଥିଲା।

ଅନ୍ୟ ଜଣେ ପୁଲିସ ଘଟନାସ୍ଥଳକୁ ଧାଇଁ ଆସିଥିଲେ ବି ଦୁହେଁ ଗାର୍ଡକୁ ବହେ ମାଡ଼ ଦେଇଥିଲେ। ଗୋଳମାଳିଆ ପରିସ୍ଥିତିରେ ଦର୍ବେଶ ଖସି ପଳାଇଥିଲା କିନ୍ତୁ ଅସଲାମ୍‌କୁ ପୁଲିସ ଧରି ପକାଇଲା।

ଉଭୟ ଖସି ପଳାଇଯିବାକୁ ଯୋଜନା କରି ରାତ୍ରି ଭୋଜନରେ ଦିଆଯାଇଥିବା ତରକାରିକୁ ସାଇତି ରଖିଥିଲେ ବୋଲି ପୁଲିସ କହିଛି।

ଦର୍ବେଶ ପଛରେ ପୁଲିସ ଗୋଡ଼ାଇ ଥିଲେ ମଧ୍ୟ ସେ ଆଖିପିଛୁଳାକେ କୋମ୍ବାରା ଅଞ୍ଚଳରେ କୁଆଡ଼େ ଅଦୃଶ୍ୟ ହୋଇ ଯାଇଥିଲା। ରାତିସାରା ପୁଲିସ ସେ ଅଞ୍ଚଳରେ ବୃଥାଟାରେ ଯାହା ଖୋଜାଖୋଜି କଲା।

ଅଭିଯୁକ୍ତକୁ ଠାବ କରିବା ନିମନ୍ତେ ଟିମ୍‌ ଗଠନ କରାଯାଇ ସମଗ୍ର ସହରରେ ତଲାସ ଆରମ୍ଭ ହୋଇଛି।

ଅଭିଯୁକ୍ତମାନଙ୍କ ଆକ୍ରମଣରେ ଆହତ ପୁଲିସ କର୍ମଚାରୀ ପ୍ରମୋଦଙ୍କୁ ଏର୍ଣ୍ଣାକୁଲମ୍‌ ଜେନେରାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe