ପିକନିକ ପାଇଁ ଯାଇଥିବା ବେଳେ ସ୍ବାମୀଙ୍କ ଆଖି ସାମ୍ନାରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ

Advertisment

ନବଦମ୍ପତି ପିକନିକ ପାଇଁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ସ୍ୱାମୀଙ୍କୁ ଗଛରେ ବାନ୍ଧି ପତ୍ନୀଙ୍କୁ କଲେ ଗଣଦୁଷ୍କର୍ମ ।। ଘଟଣା ପ୍ରଘଟ ନକରିବା ପାଇଁ ଦୁର୍ବୃତ୍ତମାନେ ଧମକ ଦେଇଥିଲେ। 

Updated On

ନବଦମ୍ପତି ପିକନିକ ପାଇଁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ସ୍ୱାମୀଙ୍କୁ ଗଛରେ ବାନ୍ଧି ପତ୍ନୀଙ୍କୁ କଲେ ଗଣଦୁଷ୍କର୍ମ ।। ଘଟଣା ପ୍ରଘଟ ନକରିବା ପାଇଁ ଦୁର୍ବୃତ୍ତମାନେ ଧମକ ଦେଇଥିଲେ। 

ଅଦ୍ୟତନ ହୋଇଛି
ଢ଼ଘକମଖ


ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରେୱାରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି।  ନବଦମ୍ପତି ପିକନିକ ପାଇଁ ଯାଇଥିବା ବେଳେ  ଦୁର୍ବୃତ୍ତମାନେ ସ୍ୱାମୀଙ୍କୁ ଗଛରେ ବାନ୍ଧି ପତ୍ନୀଙ୍କୁ ଗଣଦୁଷ୍କର୍ମ କରିଥିଲେ । କେବଳ ଏତିକି ନୁହେଁ ଦୁର୍ବୃତ୍ତମାନେ ଏହି ଘଟଣାର ଭିଡିଓ ବି ରେକର୍ଡ କରି ଦମ୍ପତିଙ୍କୁ ଘଟଣା ପ୍ରଘଟ ନକରିବା ପାଇଁ ଧମକ ଦେଇଥିଲେ। 

ସୂଚନାଯୋଗ୍ୟ,  ଅକ୍ଟୋବର ୨୧ ତାରିଖରେ ରେୱା ଜିଲ୍ଲାର ଗୃଢ଼ା ଥାନା ଅଞ୍ଚଳସ୍ଥ ପର୍ଯ୍ୟଟନସ୍ଥଳ ଭୈରବ ବାବାକୁ ନବଦମ୍ପତି ପିକନିକ ପାଇଁ ଯାଇଥିଲେ। ଏହି ସମୟରେ ୫ଜଣ ଅଜଣା ଯୁବକ ଦମ୍ପତିଙ୍କୁ ପିକନିକସ୍ଥଳରୁ ଉଠାଇ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ସେମାନେ ସ୍ବାମୀଙ୍କୁ ଏକ ଗଛରେ ବାନ୍ଧି ଦେଇଥିଲେ। ଏହାପରେ ସ୍ବାମୀଙ୍କ ସାମ୍ନାରେ ସ୍ତ୍ରୀଙ୍କ ସହିତ ଜୋରଜବରଦସ୍ତି କରି ମାଡ଼ ମାରିବା ସହିତ ଗଣଦୁଷ୍କର୍ମ କରିଥିଲେ। ଆଖି ସାମ୍ନାରେ ସ୍ତ୍ରୀଙ୍କ ଏଭଳି ଅବସ୍ଥା ଦେଖି ସ୍ବାମୀ ସ୍ଥାଣୁ ପାଲଟି ଯାଇଥିଲେ। 

ଦୁଷ୍କର୍ମକାରୀ ଘଟଣାସ୍ଥଳରୁ ଚାଲିଯିବା ପରେ ପୀଡ଼ିତା ବହୁତ କଷ୍ଟରେ ସ୍ବାମୀଙ୍କ ପାଖକୁ ଆସିଥିଲେ। ଏହାପରେ ଗଛରେ ବନ୍ଧା ଥିବା ସ୍ବାମୀଙ୍କ ହାତ ଓ ଗୋଡ଼ ଖୋଲିଥିଲେ। ଦୁହେଁ ମିଶି ଥାନାରେ ପହଞ୍ଚି ଘଟଣା ବିଷୟରେ ପୁଲିସରେ ଅଭିଯୋଗ କରିଥିଲେ।  

ଦମ୍ପତିଙ୍କ ଅଭିଯୋଗ କ୍ରମେ ପୁଲିସ ତଦନ୍ତ କରି ୫ଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଜଣେ ପୁଲିସ ସାମ୍ନାରେ ସ୍ବୀକାର କରି କହିଛି, ‘ପର୍ଯ୍ୟଟନସ୍ଥଳ ଭୈରବ ବାବା ନିକଟରେ ଆମେ ସାଙ୍ଗମାନେ ମିଶି ମଦ ପିଉଥିଲୁ। ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ନବଦମ୍ପତିଙ୍କୁ ଦେଖି ମନରେ ଖରାପ ଚିନ୍ତା ଆସିଥିଲା। ଆମେ ଦମ୍ପତିଙ୍କୁ ଧରି ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲୁ।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe