ପ୍ରେମିକା ସହିତ ବ୍ରେକଅପ ହେବା ପରେ ୭ଟି ଗାଡ଼ି ଭାଙ୍ଗିବା ପ୍ରେମିକଙ୍କୁ ମହଙ୍ଗା ପଡ଼ିଲା

Advertisment
ପ୍ରେମିକା ସହିତ ବ୍ରେକଅପ ହେବା ପରେ ୭ଟି ଗାଡ଼ି ଭାଙ୍ଗିବା ପ୍ରେମିକଙ୍କୁ ମହଙ୍ଗା ପଡ଼ିଲା

ବେଙ୍ଗାଲୁରୁ: ଏଯାବତ ବ୍ରେକଅପର ଅନେକ ଘଟଣା ସାମ୍ନାକୁ ଆସିଛି କିନ୍ତୁ କେବେ ଶୁଣିଛନ୍ତି ବ୍ରେକଅପ ପରେ ପ୍ରେମିକ ଗୋଟିଏ କି ଦୁଇଟି ନୁହେଁ ଏକାସାଙ୍ଗରେ ସାତଟି ଗାଡ଼ି ଭାଙ୍ଗି ଦେଇଥିବାର। ଏମିତି ଘଟଣାର ହୁଏତ ସିନେମାର ଦେଖିବାକୁ ପାଇଥିବେ। କିନ୍ତୁ ନିକଟରେ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ବାସ୍ତବରେ ଏମିତି ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୁଲିସ ଗିରଫ କରି ନେଇଛି।

ଗତ ଗୁରୁବାର ରାତି ୧.୩୦ରୁ ୧.୪୫ ସମୟ ହେବ। ୨୬ବର୍ଷୀୟ ସତୀଶଙ୍କ କହିବାନୁସାରେ, ତାଙ୍କର ପ୍ରେମିକା ସହିତ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଏତେ ବଢ଼ି ଯାଇଥିଲା ଯେ ଯାହାକି  ‌ବ୍ରେକଅପରେ ଶେଷ ହୋଇଥିଲା। ତେବେ ପ୍ରେମିକାଙ୍କ ବ୍ରେକଅପ‌କୁ ସେ ଗ୍ରହଣ କରି ନପାରି ରାଗି ଯାଇଥିଲେ। ଏହାପରେ ସେ ରାତିରେ ଡିସିପି ୱେଷ୍ଟ ଜୋନ ବେଙ୍ଗାଲୁରୁରେ ଥିବା ଗାଡ଼ିଗୁଡ଼ିକୁ ଭଙ୍ଗାରୁଜୁ କରିଥିଲେ।

ଘଟଣା ସମ୍ପର୍କରେ ପୁଲିସ ପାଖରେ ଖବର ପହଞ୍ଚିଥିଲା। ଏହାପରେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ସିସିଟିଭି ଆଧାରରେ ଅଭିଯୁକ୍ତକୁ ପୁଲିସ ଚିହ୍ନଟ କରି ଶୁକ୍ରବାର ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe