ପ୍ରଦର୍ଶନ ପାଇଁ ସାଇତି ରଖିଥିବା ନାଗସାପ ଚୋଟରେ ସର୍ପମିତ୍ରଙ୍କ ମୃତ୍ୟୁ

New Project (5)

ଗୁନା:ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ବିଷଧର ନାଗସାପକୁ ବେକରେ ଗୁଡ଼ାଇବା ଜଣେ ସର୍ପମିତ୍ରଙ୍କୁ ମହଙ୍ଗା ପଡ଼ିଯାଇଛି। ଦୁଃଖର ବିଷୟ ସର୍ପ ଦଂଶନରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ସୂଚନାଯୋଗ୍ୟ, ଦୀପକ ମହାବର ନାମକ ଜଣେ ସର୍ପମିତ୍ର ଇତିମଧ୍ୟରେ ୧୦୦ରୁ ଅଧିକ ବିଷଧର ସାପକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ନେଇ ଛାଡ଼ିଛନ୍ତି। ଜେପି କଲେଜରେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରୁଥିବା ଦୀପକ ନିକଟରେ ଏକ ନାଗସାପକୁ ଉଦ୍ଧାର କରିଥିଲେ।  

ଏହି ସାପକୁ ସେ ଏକ କାଚ ବୋତଲ ଭିତରେ ପୁରାଇ ରଖିଥିଲେ। ଶ୍ରାବଣ ମାସରେ ଶୋଭାଯାତ୍ରା ସମୟରେ ଦୀପକ ଉଦ୍ଧାର କରିଥିବା ନାଗସାପକୁ ପ୍ରଦର୍ଶନ ପାଇଁ ସାଇତି ରଖିଥିଲେ। କିନ୍ତୁ କପାଳ ଲିଖନ କେ କରିବ ଆନ। ଝିଅକୁ ସ୍କୁଲ ଛାଡ଼ିବାକୁ ନେବା ସମୟରେ ଦୀପକ ଉଦ୍ଧାର କରିଥିବା ନାଗସାପକୁ ବେକରେ ଗୁଡ଼ାଇ ଯାଇଥିଲେ।

ଦୁର୍ଭାଗ୍ୟବଶତଃ ଝିଅକୁ ସ୍କୁଲରେ ଛାଡ଼ି ବାଇକରେ ଘରକୁ ଫେରୁଥିବା ବେଳେ ଉକ୍ତ ସାପଟି ଦୀପକଙ୍କୁ ଦଂଶନ କରିଥିଲା। ଚିକିତ୍ସା ପାଇଁ ସ୍ଥାନୀୟଲୋକେ ଦୀପକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe