ସୁରଟ: ଗୁଜୁରାଟର ସୁରଟରେ ଏକ ବ୍ରିଜ ଉପରେ ଏମିତି ଏକ ଘଟଣା ଘଟିଛି ଯାହାକୁ ଶୁଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ତେବେ ସୁରଟ ବ୍ରିଜ ଦେଇ ଯାଉଥିବା ଜଣେ ଯୁବକ ମଦ୍ୟପାନ କରି ଯୁବତୀଙ୍କୁ ସେଠାରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ଏପରି ଘଟଣାରେ ଯୁବତୀ ଜଣକ ଭୟଭୀତ ନହୋଇ ସାହାସ ଦେଖାଇ ଯୁବକକୁ କାବୁ କରି ତାର ମୁଣ୍ଡକୁ ଧରି ବ୍ରିଜରେ ଥିବା ସିମେଣ୍ଟ ବାଡ଼ରେ ପିଟି ଦେଇଥିଲେ। ଘଟଣାସ୍ଥଳରେ ହିଁ ଦୁଷ୍କର୍ମକାରୀର ମୃତ୍ୟୁ ହୋଇଯାଇଥିଲା। ସହରର ପାର୍ବତ ପାଟିଆ ଅଞ୍ଚଳରୁ ଉକ୍ତ ଯୁବକର ମୃତଦେହକୁ ପୁଲିସ ଉଦ୍ଧାର କରିଛି।
ମୃତକର ମୁଣ୍ଡ ଓ ବ୍ରିଜ ବାଡ଼ରେ ରକ୍ତ ଲାଗିଥିଲା। ଏଥିରୁ ଜଣାପଡ଼ୁଛି ଯେ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ଦୁଷ୍କର୍ମକାରୀ ଯୁବକର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ପୁଲିସ ଜଣେ ମହିଳା ଶ୍ରମିକଙ୍କୁ ଗିରଫ କରିଛି।
ଗିରଫ ମହିଳାଙ୍କ କହିବାନୁସାରେ, ଯୁବକ ଜଣକ ମଦ୍ୟପାନ କରି ରାସ୍ତାରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲା। ମୁଁ ମୋର ଆତ୍ମସୁରକ୍ଷା ପାଇଁ ତାର ମୁଣ୍ଡକୁ ଧରି ବ୍ରିଜରେ ଥିବା ସିମେଣ୍ଟ ବାଡ଼ରେ ପିଟି ଦେଇଥିଲି। ଫଳରେ ତାର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।
ପୁଲିସ ସୂତ୍ରରୁ ପ୍ରକାଶ, ଏହି ଯୁବକ ମୂଳତଃ ଉତ୍ତରପ୍ରଦେଶରେ ବାସିନ୍ଦା ହୋଇଥିବା ବେଳେ ସୁରଟରେ ଶ୍ରମିକ ଭାବରେ କାମ କରୁଛି।
Follow Us