ସିନେମା ହଲର କୋଣରେ ବସି ପ୍ରେମିକା ସହ 'ମର୍ଦାନୀ-୨' ଦେଖୁଥିଲେ ଯୁବକ, ହଲରେ ପହଞ୍ଚି ଦୁହିଁଙ୍କୁ ନିଧୁୁମ ଛେଚି‌ଲା ସ୍ତ୍ରୀ

Advertisment
ସିନେମା ହଲର କୋଣରେ ବସି ପ୍ରେମିକା ସହ 'ମର୍ଦାନୀ-୨' ଦେଖୁଥିଲେ ଯୁବକ, ହଲରେ ପହଞ୍ଚି ଦୁହିଁଙ୍କୁ ନିଧୁୁମ ଛେଚି‌ଲା ସ୍ତ୍ରୀ

ନୂଆଦିଲ୍ଲୀ: କିଛି ଦିନ ତଳେ ରିିଲିଜ୍ ହୋଇଥିଲା ଫିଲ୍ମ 'ମର୍ଦାନୀ-୨'। ଫିଲ୍ମ‌ର କାହାଣୀ ଓ ସେଥିରେ ଅଭିନେତ୍ରୀ ରାଣୀ ମୂଖାର୍ଜୀ କରିଥିବା ଅଭିନୟକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଗୁଜୁରାଟର ଅହମଦାବାଦରେ ଫିଲ୍ମଟି ଅନ୍ୟ ଏକ ବିବାଦୀୟ କାରଣକୁ ନେଇ ଚର୍ଚ୍ଚାରେ ରହିଛି। ଫିଲ୍ମ ଦେଖିବା ପାଇଁ ଜଣେ ବିବାହିତ ଯୁବକ ନିଜ ପତ୍ନୀଙ୍କୁ ନ ନେଇ ପ୍ରେମିକା ସହ ହଲରେ ପହଞ୍ଚିଥିଲେ। ଠିକ୍ ‌ଏହି ସମୟରେ ଖବର ପାଇ ହଲରେ ପହଞ୍ଚିଥିଲେ ସ୍ତ୍ରୀ। ଦୁହିଁଙ୍କୁ କୋଣ ସିଟରେ ବସିଥିବାର ଦେଖିବା ପରେ ରାଗରେ ଦୁହିଁଙ୍କୁ ବାହାରକୁ ଆଣି ନିଧୁମ ଛେଚିଥିଲେ। ଚାହୁଁ ଚାହୁଁ ମହିଳାଙ୍କ ମାଡ଼ ଦେଖିବା ପାଇଁ ହଲରେ ଭିଡ଼ ଜମିବାରୁ ପୁଲିସକୁ ଆସି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପଡ଼ିଥିଲା।

ଟାଇମ୍ସ ଅଫ୍ ଇଣ୍ଡିଆର ସୂଚନା ମୁତାବକ, ଘଟଣାଟି ଅହମଦାବାଦର ଆଶ୍ରମ ରୋଡରେ ଘଟିଥିଲା। ସୋମବାର ଜଣେ ଯୁବକ ନିଜ ପ୍ରେମିକାଙ୍କୁ ଧରି 'ଦବଙ୍ଗ-୩' ଦେଖିବାକୁ ପହଞ୍ଚିଥିଲେ। କିନ୍ତୁ ସୋ’ ହାଉସଫୁଲ ଥିବାରୁ ସେମାନଙ୍କୁ ବାଧ୍ୟ ହୋଇ 'ମର୍ଦାନୀ-୨' ଦେଖିବାକୁ ପଡ଼ିଥିଲା। ଦୁହେଁ 'ମର୍ଦାନୀ-୨' ଦେଖିବା ସମୟରେ ଯୁବକଙ୍କ ପତ୍ନୀଙ୍କର ଜଣେ ସଂପର୍କୀୟ ଦୁହିଁଙ୍କୁ ଦେଖି ମହିଳାଙ୍କୁ ଫୋନ କରି ଜଣାଇଥିଲେ। ଏହା ପରେ ମହିଳା ସିନେମା ହଲରେ ପହଞ୍ଚି ନିଜ ସ୍ବାମୀଙ୍କୁ ଅନ୍ୟ ମହିଳା ସହ ଦେଖି ରାଗି ଯାଇଥିଲେ।

पुलिस ने तीनों को समझाकर घर भेजा oneindia.com

କୋଣ ସିଟକୁ ଯାଇ ସ୍ବାମୀଙ୍କ ସହ ବସିଥିବା ମହିଳାଙ୍କ କେଶକୁ ଧରି ଟାଣି ଆଣିବା ସହ ଦୁହିଁଙ୍କୁ ହଲ ଭିତରେ ନିଧୁମ ପିଟିଥିଲେ। ହଲର ସୁରକ୍ଷାକର୍ମୀ ମଧ୍ୟ ମହିଳାଙ୍କୁ ମାଡ଼ ମାରିବାରୁ ଅଟକାଇ ପାରିଲେ ନାହିଁ। ଯାହା ପରେ ହଲ ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ଜଣଙ୍କୁ ବୁଝାଇ ଘରକୁ ଛାଡ଼ିଥିଲା ବୋଲି ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe