ସଲମନ ଖାନଙ୍କ ପରି ବ୍ରେସ୍‌ଲେଟ୍‌ ପିନ୍ଧି ବିମାନ ଯାତ୍ରା କରୁଥିବା କେଆଇଏରୁ ଯୁବକ ଗିରଫ

ସଲମନ ଖାନଙ୍କ ପରି ବ୍ରେସ୍‌ଲେଟ୍‌ ପିନ୍ଧି ବିମାନ ଯାତ୍ରା କରୁଥିବା କେଆଇଏରୁ ଯୁବକ ଗିରଫ

ମୁମ୍ବାଇ: ସଲମନ ଖାନଙ୍କ ପରି ବେଲ୍ଟ ଏବଂ ସୁନା ବ୍ରେସଲେଟ ପିନ୍ଧି ବିମାନ ଯାତ୍ରା କରୁଥିବା ବେଳେ କେମ୍ପେଓ୍ଵାଡ଼ା ଇଣ୍ଟରନ୍ୟାସନାଲ ଏୟାର୍‌ପୋର୍ଟ(କେଆଇଏ)ରେ ଜଣେ ୨୯ ବର୍ଷିଅ ଯୁବକ ଗିରଫ ହୋଇଛନ୍ତି। ପୁଲିସ୍‌ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ନିକଟରେ ଥିବା ଦାମିକିଆ ସାମଗ୍ରୀକୁ ଜବତ କରିଛି। ୨୮୫ ଗ୍ରାମ ଓଜନର ଏହି ସାମଗ୍ରୀର ଦାମ ୮.୬୮ ଲକ୍ଷ ଟଙ୍କା ବୋଲି ପୁଲିସ୍‌ ସୂତ୍ରରୁ ପ୍ରକାଶ।

ଯୁବକ ଜଣକ ହେଉଛନ୍ତି ଆନ୍ଧ୍ରପ୍ରଦେଶର ନସିରୁଦ୍ଦିନ ଶେଖ୍‌। ସେ ନଭେମ୍ବର ୧୨ ତାରିଖରେ କୁଏଟ୍‌ ଏୟାର୍‌େଓ୍ଵଜ୍‌ ବିମାନ କେୟୁ ୩୫୩ଏଫ୍‌ରେ କୁଏଟ୍‌୍‌ରୁ ବାଙ୍ଗାଲୋର ଯାତ୍ରା କରୁଥିଲେ। ସେ ଧରାପଡ଼ିବା ପରେ ଏୟାର୍‌ ଇଣ୍ଟେଲିଜେନ୍ସ ୟୁନିଟ(ଏଆଇୟୁ)କୁ ଜଣାଇଛନ୍ତି ଯେ ସେ ସଲମାନଙ୍କର ଜଣେ ବଡ଼ ପ୍ରଶଂସକ। ସେ ପଶ୍ଚିମ ଏସିଆରୁ ଏହି ବ୍ରେସ୍‌ଲେଟ୍‌ ଏବଂ ବେଲ୍ଟ କିଣିଛନ୍ତି। ପରେ ଜାଣିବାକୁ ମିଳିଲା ଯେ ସେହି ବ୍ରେସ୍‌ଲେଟ୍‌ଟି ସ୍ୱର୍ଣ୍ଣ ନିର୍ମିତ ଏବଂ ତାହା ଉପରେ ରୁପାର ଛାଉଣୀ ଦିଆଯାଇଛି।

ଏହା ପୂର୍ବରୁ ଏପରି ଆଉ ଏକ ଘଟଣା ମଧ୍ୟ ଘଟିଥବାର ଦେଖିବାକୁ ମିଳିଥିଲା। କୋଝିକୋଡ଼େର ଜଣେ ୨୪ ବର୍ଷିଅ ଯୁବକ ଅବ୍‌ଦୁଲାଇ ଜାବିର୍‌ ଓମାନ ଏୟାର୍‌ ଫ୍ଲାଇଟ୍‌ ଡବ୍ଲ୍ୟୁଓ୍ଵାଇ -୨୮୧ରେ ଆସି ନଭେମ୍ବର ୧୦ ତାରିଖରେ ମସ୍‌କଟରେ ଓହ୍ଲାଇବା ଥିଲେ। ତାଙ୍କ ବ୍ୟାଗ୍‌ରୁ ଏକ ଷ୍ଟୋଭ୍‌ ବାହାରିଥିଲା, ଯାହାର ରଡ ସୁନାର ଥିଲା। ୪୪୨ଗ୍ରାମର ଏହି ସୁନାର ଦର ହେଉଛି ୧୩.୫ଲକ୍ଷ ଟଙ୍କା।

ସେହିପରି କୋଝିକୋଡ଼େରୁ ଜଣେ ୫୩ ବର୍ଷିଅ ବ୍ୟକ୍ତି ମଧ୍ୟ ଧରାପଡ଼ିଥିଲେ। ସେ ତାଙ୍କ ଟ୍ରଲି ବ୍ୟାଗ୍‌ ଭିତରେ ସୁନା ରଖି ଧରାପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe