ପ୍ରେମିକାଙ୍କୁ ଭେଟିବାକୁ ଯିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ଗ୍ରାମବାସୀ ମିଶି ପିଆଇଲେ ପରିସ୍ରା

ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ପ୍ରେମିକାଙ୍କୁ ଭେଟିବାକୁ ଆସିବା ଥିବା ଜଣେ ଯୁବକଙ୍କୁ ଗ୍ରାମବାସୀ ମିଶି ନିସ୍ତୁକ ମାଡ଼ ମାରି ପରିସ୍ରା ପିଆଇଥିବା ଅଭିଯୋଗ ହୋଇଛି।

hyrtju

ହରଦୋଇ: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ପ୍ରେମିକାଙ୍କୁ ଭେଟିବାକୁ ଆସିବା ଥିବା ଜଣେ ଯୁବକଙ୍କୁ ଗ୍ରାମବାସୀ ମିଶି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।  

ସୂଚନାଯୋଗ୍ୟ, ଗତମଙ୍ଗଳବାର ରାତିରେ ସୀତାପୁର ଜିଲ୍ଲାର ମହୋଲି ଥାନା ଅଞ୍ଚଳର ଏକ ଗାଁର ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।। 

ପୀଡ଼ିତଙ୍କ କହିବା ଅନୁଯାୟୀ,ଗତ ମଙ୍ଗଳବାର ମୁଁ ଭଲପାଉଥିବା ଯୁବତୀ ଜଣଙ୍କୁ ଭେଟିବାକୁ ଚାହିଁଥିଲି। ଯୁବତୀ ଜଣକ ତାର ପରିବାର ସହିତ ଭେଟ କରାଇ ଦେବ ବୋଲି କହି ମୋତେ ଗାଁକୁ ଡାକିଥିଲା। ଯୁବତୀ ଜଣକ କହିଥିବା ସ୍ଥାନରେ ମୁଁ ଯାଇ ପହଞ୍ଚି ଯାଇଥିଲା। ମୁଁ ପହଞ୍ଚିବା ପରେ ଗାଁ ଲୋକ, ଯୁବତୀଙ୍କ ପରିବାରଲୋକ ମିଶି ମୋତେ ଘରେ ବାନ୍ଧି ଦେବା ସହିତ ମୋର ପୋଷାକ ଖୋଲି ନିସ୍ତୁକ ମାଡ଼ ମାରିଥିଲେ।

କେବଳ ଏତିକି ନୁହେଁ ଜୋରଜବରଦସ୍ତି ପରିସ୍ରା ପିଇବାକୁ ବାଧ୍ୟ ବି କରିଥିଲେ। କୌଣସି ସୂତ୍ରରୁ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୋତେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe