ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଘରେ ୧୦୦ରୁ ଅଧିକ ସାପ ପାଳିଥିଲେ। ଏଥିମଧ୍ୟରେ ନାଗ, ବ୍ଲାକ ମାମ୍ବା ଭଳି ବିଷାକ୍ତ ସାପରୁ ନେଇ ୧୪ଫୁଟ ଲମ୍ବ ବର୍ମି ଅଜଗର ସାପ ଥିଲା। ଜାନୁଆରି ୧୯ରେ ଉକ୍ତ ବ୍ୟକ୍ତି ଜଣକ ଏହି ସାପଙ୍କ ମଧ୍ୟରେ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଜଣେ ଅଧିକାରୀଙ୍କ କହିବାନୁସାରେ, ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଏକ ସାପ ଦଂଶନ ହେତୁ ହୋଇଛି।
ଏହି ଘଟଣା ଆମେରିକାର ମ୍ୟାରିଲ୍ୟାଣ୍ଡରୁ ସାମ୍ନାକୁ ଆସିଛି। ଜାନୁଆରି ୧୯ ତାରିଖରେ ଜଣେ ୪୯ବର୍ଷୀୟ ବ୍ୟକ୍ତି ନିଜେ ଘରେ ଅଚେତ ଅବସ୍ଥାରେ ପଡ଼ିଥିଲେ। ଏହି ବ୍ୟକ୍ତିଙ୍କ ପରିଚୟ ଏଯାବତ ଜଣା ପଡ଼ିନାହିଁ। ପଡ଼ିଶାଲୋକଙ୍କ କହିବାନୁସାରେ, ଝରକା ବାଟରୁ ସେ ଉକ୍ତ ବ୍ୟକ୍ତିଙ୍କୁ ଘର ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ମୃତଦେହ ଓ ୧୨୪ ସାପକୁ ଜବତ କରିଥିଲା। ବ୍ୟକ୍ତି ଜଣକ ସାପମାନଙ୍କୁ ବେଆଇନ ଭାବେ ଘରେ ପିଞ୍ଜରାରେ ଭର୍ତ୍ତି କରି ରଖିଥିଲେ।
Follow Us