ହାପୁଡ଼: ଉତ୍ତରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ଯେଉଁ ଯୁବତୀଙ୍କୁ ଭଲ ପାଉଥିଲେ, ତାଙ୍କ ବିବାହ ଅନ୍ୟ ଏକ ଯୁବକଙ୍କ ସହିତ ସ୍ଥିର ହୋଇଯାଇଥିଲା। ଏହାକୁ ନେଇ ଯୁବତୀଙ୍କ ପ୍ରେମିକ ଉକ୍ତ ଯୁବକଙ୍କ ପାଖକୁ ଏକ ଧମକପୂର୍ଣ୍ଣ ଚିଠି ପଠାଇବା ସହିତ ପୋଷ୍ଟର କରି ତାଙ୍କ ଘର ସାମ୍ନାରେ ମାରି ଦେଇଥିଲେ।
ଏହି ଚିଠି ଓ ପୋଷ୍ଟରରେ ଯୁବକ ତାଙ୍କ ପ୍ରେମିକାଙ୍କ ଭାବି ସ୍ବାମୀଙ୍କ ପାଖକୁ ଲେଖିଛନ୍ତି, ଭଲ ଭାବରେ ଶୁଣ ମଣ୍ଟୁ ସିଂ ବର ରାଜା କରିସ୍ମା ମୋର, ବରଯାତ୍ରୀ ନେଇ ଆସିବୁ ନାହିଁ ... ଆସିଲେ ଭଲ ହେବ ନାହିଁ। ତୁଆଉ ଜୀବନ ନେଇ ଫେରିବୁ ନାହିଁ। ସମସ୍ତ ବରଯାତ୍ରୀଙ୍କୁ ମାରି ସଫା କରିଦେବି। ଯେଉଁ ଭାଇମାନେ ଗୁଳି ଖାଇବାକୁ ଚାହୁଁଛନ୍ତି ... ସେମାନେ ହିଁ ବରଯାତ୍ରୀ ନେଇ ଆସିବେ। ଏବେ ମୁଁ କେବଳ ଏକ ଛୋଟ ଟ୍ରେଲର ଦେଉଛି, ବାକି ଚଳଚ୍ଚିତ୍ର ବରଯାତ୍ରୀ ନେଇ ଆସିଲେ ଦେଖିବାକୁ ବାକି ରହିଲା।’
ଏସବୁ ଲେଖି ଯୁବତୀଙ୍କ ପ୍ରେମିକ ବର ମଣ୍ଟୁଙ୍କୁ ଚିଠି ପଠାଇବା ସହିତ ତାଙ୍କ ଘର ସାମ୍ନାରେ ପୋଷ୍ଟର ମାରି ଲଗାଇ ଦେଇଥିଲେ। ଏହି ପୂରା ଘଟଣା ହାପୁଡ଼ ଜିଲ୍ଲାର ସିମ୍ବାଓଲିର କୋଟୱାଲି ଅଞ୍ଚଳର ଫରିଦପୁର ଗ୍ରାମରେ ଘଟିଛି। ଏହି ଧମକପୂର୍ଣ୍ଣ ପୋଷ୍ଟର ଲଗାଯିବା ପରଠାରୁ ଗାଁରେ କୋକୁଆଭୟ ଖେଳି ଯାଇଛି। ପୁଲିସ ଏହି ଘଟଣାର ଖବର ପାଇବା ପରେ ଉକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛି।
Follow Us