ଟ୍ରେନ୍‌ରେ ଭୁଲି ଆସିଲେ ଅଜଗର ଥିବା ବ୍ୟାଗ, ହୋଇ ପାରିଲାନି ଅଜଗର ମାଂସର ଭୋଜି

Advertisment
ଟ୍ରେନ୍‌ରେ ଭୁଲି ଆସିଲେ ଅଜଗର ଥିବା ବ୍ୟାଗ, ହୋଇ ପାରିଲାନି ଅଜଗର ମାଂସର ଭୋଜି

ମୁମ୍ବାଇ: କେରଳ ରେଳବାଇ ପୁଲିସ ଓ ବନ ବିଭାଗ ଏକ ଅଜଗରକୁ ଉଦ୍ଧାର କରିବା ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତଙ୍କ ନାମ ଜିଜୋ ଜର୍ଜ । ଘର କେରଳର ଅଲାପୁଜହା ଜିଲ୍ଲାରେ ବୋଲି ଜଣାପଡ଼ିଛି।

publive-image

ବନ ବିଭାଗ ଅଧିକାରୀଙ୍କ କହିବାନୁସାରେ, ଜିଜୋ ପଲକ୍କଡ଼ରୁ ଏକ ଅଜଗର ଧରି ତାର ସମ୍ପର୍କୀୟଙ୍କ ଘରକୁ ଭୋଜି କରିବାକୁ ଟ୍ରେନ୍‌ରେ ଯାଉଥିଲେ। ତେବେ ଜିଜୋ ଅନ୍ୟ ମନସ୍କତା ହେତୁ ଟ୍ରେନ୍‌ରେ ଅଜଗର ଭର୍ତ୍ତି ଥିବା ବ୍ୟାଗକୁ ଛାଡ଼ି ଦେଇ ଓହ୍ଲାଇ ପଡ଼ିଥିଲେ। ଏହାପରେ ଟ୍ରେନ୍‌ରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀମାନଙ୍କ ଆଖି ହାଠତ୍‌ ଜିଜୋ ଛାଡ଼ିଥିବା ଏହି ବ୍ୟାଗ ଉପରେ ପଡ଼ିଥିଲା। ବ୍ୟାଗଟି ପାଖରେ କେହି ନଥିଲେ। ହେଲେ ବି ବ୍ୟାଗଟି ହଲଚଲ ହେଉଥିବାର ଯାତ୍ରୀମାନେ ଦେଖିବାକୁ ପାଇତିଲେ। ଟ୍ରେନ୍‌ଟି କୋଟ୍ୟାମ୍‌ରେ ପହଞ୍ଚିବା ପରେ ଯାତ୍ରୀ ଏ ସମ୍ପର୍କ ଟ୍ରେନ୍‌ର ସଫେଇ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ସେଫେଇ କର୍ମଚାରୀ ଯାତ୍ରୀଙ୍କଠାରୁ ଏହି ବ୍ୟାଗ ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳକୁ ଆସି ବ୍ୟାଗଟିକୁ ଖୋଲିଥିଲେ। ବ୍ୟାଗଟିକୁ ଖୋଲିବା ପରେ ସେହି ସ୍ଥାନରେ ଯେତେ ଜଣବି ଥିଲେ ସମସ୍ତେ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। କାରଣ ସେହି ବ୍ୟାଗ ଭିତରେ ଥିଲା ଏକ ଜୀବିତ ଅଜଗର।

publive-image

ଏହି ବ୍ୟାଗଟିକୁ ରେଲେଓ୍ଵ ପୁଲିସକୁ ହସ୍ତାନ୍ତର କରିବା ସହିତ ଘଟଣା ସମ୍ପର୍କରେ ବନ୍ୟବିଭାଗ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ତେବେ ଏହି ଘଟଣାର ଯାଞ୍ଚ ଆରମ୍ଭ କରୁଥିବା ସମୟରେ ବନ୍ୟବିଭାଗ ଅଧିକାରୀ ବ୍ୟାଗ ଭିତରୁ ଜିଜୋଙ୍କ ଆଇଡି ପାଇଥିଲେ। ଯାହାକୁ ଆଧାର କରି ଜିଜୋଙ୍କ ସମ୍ପର୍କରେ ସୂଚନା ନେଇ ତାଙ୍କୁ ଗିରଫ କରାଯାଇଥିଲା।

ଗିରଫ ଜିଜୋ ମଧ୍ୟ ଏହି ଅଜଗରକୁ ବ୍ୟାଗରେ ପୁରାଇ ଆଣିଥିବା କଥା ସ୍ୱୀକାର କରିଥିଲେ। ସେ ଏହି ଅଜଗରକୁ ହତ୍ୟା କରିବା ପରେ ତାର ବ୍ୟଞ୍ଜନ ପ୍ରସ୍ତୁତ କରି ଭୋଜି କରିବାର ଯୋଜନା ଥିଲ। ସେଥିପାଇଁ ସେ ଏହି ଅଜଗରକୁ ଧରି ତାର ସମ୍ପର୍କୀୟଙ୍କ ଘରକୁ ଯାଉଥିଲା ବୋଲି କହିଥିଲେ। ବନ୍ୟପ୍ରାଣୀ ଅଧିନିୟମ ୧୯୭୨ ଜରିଆରେ ଜିଜୋଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଜିଜୋଙ୍କୁ ତିନିବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହିତ ୧ଲକ୍ଷ ଟଙ୍କାର ଜାରିମାନର ଶୁଣାଣି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe