ସମ୍ବଲପୁର: ଗତକାଲି ରାତିରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ସମ୍ବଲପୁର କିସିଣ୍ଡା ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ଗୁଳିବିନିମୟ ପରେ ମାଓବାଦୀମାନେ ସେମାନଙ୍କ କ୍ୟାମ୍ପ ଛାଡ଼ି ପଳାଇଯାଇଛନ୍ତି। ପୁଲିସ ଘଟଣାସ୍ଥଳରୁ ବହୁପରିମାଣର ଗୁଳି, ବନ୍ଧୁକ, ଟିଫିନ୍ ବୋମା ଓ ପ୍ରେସର ବୋମା ପ୍ରଭୃତି ଜବତ କରିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୭ ତାରିଖ ରାତିରେ କିସିଣ୍ଡାର ଡଙ୍ଗଟେକା ସଂରକ୍ଷିତ ଜଙ୍ଗଲ ଭିତରେ ରାଉରକେଲା ଭିଡିଏଫ ଷ୍ଟାଫଙ୍କୁ ନେଇ କିସିଣ୍ଡା ଥାନାଧିକାରୀ ସର୍ଚ୍ଚ ଅପରେସନ୍ ଚଳାଇଥିବା ବେଳେ ପୁଲିସକୁ ସେଠାରେ ଏକ ମାଓ କ୍ୟାମ୍ପ ଥିବା ସୂଚନା ମିଳିଥିଲା। ପୁଲିସ ଆତ୍ମସମର୍ପଣ କରିଥିବା ମାଓବାଦୀ ଭୀମ ଲୋହାରୀ ଓ ସଞ୍ଜୟ ମୁଣ୍ଡାଙ୍କୁ ନେଇ ଜଙ୍ଗଲକୁ ଯାଇ କ୍ୟାମ୍ପ ଖୋଜିବା ବେଳେ ପୁଲିସ ସୁରକ୍ଷା କର୍ମୀଙ୍କ ସହିତ ମାଓବାଦୀମାନଙ୍କର ଗୁଳି ବିନିମୟ ହୋଇଥିଲା। ସୁରକ୍ଷା କମୀଙ୍କ ଆଗରେ ଅଧିକ ସମୟ ତିଷ୍ଠି ନ ପାରି ମାଓବାଦୀମାନେ କ୍ୟାମ୍ପ ଛାଡ଼ି ପାଇ ଯାଇଥଲେ। ପୁଲିସ ସେଠାରୁ ଟିଫିନ ବୋମା, ହ୍ୟାଣ୍ଡ ଗ୍ରେନେଡ୍, ପିସ୍ତିଲ ଗୁଳି, ୩୦୩ ବନ୍ଧୁ ଗୁଳି ସମେତ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିଲା। ଏ ନେଇ ପୁଲିସ କୁନୁ ଦେହୁରୀ, ବାଦଲ ମାଝି ଓ ଅନମୋଲ ହେମ୍ବ୍ରମ ପ୍ରମୁଖ ମାଓବାଦୀ ନେତାଙ୍କ ନାମରେ ଏକ ମାମଲା ରୁଜୁ କରିଛି।
ସମ୍ବଲପୁର: କିସିଣ୍ଡା ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ
Advertisment
Follow Us