ଅଗ୍ନିକୁ ସାକ୍ଷୀ ରଖି ଧର୍ମ ପରିବର୍ତ୍ତନ କରି ବିବାହ କଲେ,ହେଲେ ସାଥୀ ହୋଇ ରହିପାରିଲେ ନାହିଁ ଦମ୍ପତି

Advertisment
ଅଗ୍ନିକୁ ସାକ୍ଷୀ ରଖି ଧର୍ମ ପରିବର୍ତ୍ତନ କରି ବିବାହ କଲେ,ହେଲେ ସାଥୀ ହୋଇ ରହିପାରିଲେ ନାହିଁ ଦମ୍ପତି

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ଏକ ବିବାହ ମାମଲାକୁ ନେଇ ଶୁଣାଣି କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବିବାହ କାହାଣୀ ହେଉଛି ଟିକେ ଭିନ୍ନ। ଏହି ମାମଲାରେ ଜଣେ ମୁସଲମାନ ଯୁବକ ହିନ୍ଦୁ ଯୁବତୀଙ୍କ ସହିତ ବିବାହ ପାଇଁ ନିଜର ଧର୍ମ ବଦଳାଇ ଦେଇ ହିନ୍ଦୁ ହୋଇଯାଇଥିଲା କିନ୍ତୁ ଝିଅ ଘରବାଲା ଏହି ବିବାହରେ ରାଜି ହୋଇ ନଥିଲେ। କନ୍ୟାର ପିତା ଝିଅ ନାବାଳିକା କହି ପୁଲିସରେ ଅଭିଯୋଗ କରିଥିଲେ। ଏହାପରେ ଏହି ମାମଲା ଉଚ୍ଚନ୍ୟାୟାଳୟରେ ପହଞ୍ଚିଥିଲା।

ସୂଚନାଯୋଗ୍ୟ, ୨୪ବର୍ଷର ସେନା ଯବାନ ୨୦୧୬ ଏପ୍ରିଲ ମାସରେ ଏକ ଆର୍ଯ୍ୟ ସାମଜ ମନ୍ଦିରରେ ହିନ୍ଦୁ ଯୁବତୀଙ୍କୁ ବିବାହ କରିଥିଲେ। ଏହି ମୁସଲମାନ ଯୁବକ ବିବାହ ସମୟରେ ଶ୍ଳେକ ପଢ଼ିଥିଲେ, ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ, ମୁସଲମାନ ଧର୍ମ ପରିବର୍ତ୍ତେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ କିନ୍ତୁ କନ୍ୟାର ପରିବାର ଲୋକ ମଧ୍ୟପ୍ରଦେଶରେ ଏକ ଏଫଆଇଆର୍‌ ରୁଜୁ କରି ଝିଅକୁ ନାବାଳିକ କହି ଜଣେ ମୁସଲମାନ ଯୁବକ ତାଙ୍କ ଝିଅକୁ ଅପହରଣ କରି ନେଇଛି ବୋଲି କହିଥିଲେ। ଏହି ଅଭିଯୋଗେ କ୍ରମେ ପୁଲିସ ଯବତୀଙ୍କୁ ଉଦ୍ଧାର କରି ତାଙ୍କ ପିତାଙ୍କ ଜିମା ଦେଇଥିଲା।

ଏହରପରେ ମୁସଲମାନ ଯୁବକ ଆଇନର ସାହାରା ନେଇ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ଏମ୍‌ପି ପୁଲିସକୁ ନିଜ ପତ୍ନୀଙ୍କୁ ଫେରାଇ ଆଣିବା ପାଇଁ ଦାବି କରିଥିଲେ । ପତ୍ନୀଙ୍କ ପାଇଁ ମୁସଲମାନରୁ ହିନ୍ଦୁ ଧର୍ମ ଗ୍ରହଣ କରିଥିବା ନେଇ ସେ ସୁପ୍ରିମକୋର୍ଟରେ ଏକ ପତ୍ର ବି ଦାଖଲ କରିଥିଲେ। ଏସବୁ ପରେ ଅଦାଲତ କେବଳ ଯୁବକଙ୍କୁ ତାଙ୍କ ପତ୍ନୀଙ୍କୁ ଭେଟିବାର ଆଦେଶ ହିଁ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe