ବାହାଘରରେ ଚୋରି କରୁଥିବା ଗ୍ୟାଙ୍ଗକୁ ଧରିଲା ପୁଲିସ

ବାହାଘରରେ ଚୋରି କରୁଥିବା ଗ୍ୟାଙ୍ଗକୁ ଧରିଲା ପୁଲିସ

ମୁମ୍ବାଇ: ମୁମ୍ବାଇ ପୁଲିସ ଜାଣିବାକୁ ପାଇଥିଲେ ଯେ ମଧ୍ୟପ୍ରଦେଶର କାଡିଆ ଜିଲ୍ଲାର ଏକ ଗ୍ୟାଙ୍ଗ ମୁମ୍ବାଇରେ ଚୋରି କରିବାରେ ସକ୍ରିୟ ଅଛନ୍ତି। ସେହି ଗାଆଁର ଲୋକେ ନିଜ ପିଲାମାନଙ୍କୁ ବାହାଘର ଉତ୍ସବରେ କିପରି ସହଜରେ ଚୋରି କରିବାକୁ ପଡ଼େ ଓ ଯେମିତି ଧରା ନ ପଡନ୍ତି, ସେଥିପାଇଁ ସ୍ୱତନ୍ତ୍ର ଟ୍ରେନିଂ ଦେଇଥାନ୍ତି। ଏହି ଗ୍ୟାଙ୍ଗ୍‌ ଇତିମଧ୍ୟରେ ମୁମ୍ବାଇର ଜୁହୁ,ବୋରିଭିଲ ଓ ଓସିଓ୍ଵାରା ଅଞ୍ଚଳରେ ଏହି ଧରଣର ଚୋରିରେ ସଫଳ ହୋଇଥିଲେ।
କିଛି ଦିନ ତଳେ ଓସିଓ୍ଵାରା ର ଫ୍ଲାଗ୍‌ ହୋଟେଲରେ ବିବାହସ୍ଥଳରୁ ଚୋରି ହୋଇଥିବା ଥାନାରେ ଏକ ଅଭିଯୋଗ ଦାୟର କରାଯାଇଥିଲା। ପୁଲିସ ଘଟଣାର ତଦନ୍ତ କରିବା ଲାଗି ସିସିଟିଭି ଫୁଟେଜ୍‌ର ଯାଞ୍ଚ କରିଥିଲା। ସେଥିରେ ପୁଲିସ ଜାଣି ପାରିଲା ଯେ କାଳୀ ଓରଫ୍‌ ସୁଗେନା ଅଜାତ ସିଂହ ସିସୋଦିଆ ନାମ୍ନୀ ଜଣେ ମହିଳା ଏବଂ ତାର ପୁଅ ସେହି ବିବାହ ଉତ୍ସବରେ ଯୋଗ ଦେଇ ଖାଦ୍ୟ ଖାଉଛନ୍ତି। ଏପରିକି ସେ ଦୁହେଁ ବର ଓ କନ୍ୟାଙ୍କୁ ବି ଦେଖିଥିଲେ। ସେହି ସ୍ଥାନରୁ ପୁଅ ଏକ ବ୍ୟାଗ୍‌ ଉଠାଇଥିଲା,ଯେଉଁଥିରେ କିଛି ଟଙ୍କା,ଗହଣା ଓ ମୋବାଇଲ ଫୋନ୍‌ ଥିଲା,ଯାହାର ଆନୁମାନିକ ମୂଲ୍ୟ ୭୩ ହଜାର ଟଙ୍କା।

publive-image

ତା’ପରେ ମାଆ ଓ ପୁଅ ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ। ପୁଲିସ ଏହି ମାଆ ପୁଅଙ୍କୁ ଗିରଫ କରିଥିଲେ। ଓସିଓ୍ଵାରା ଥାନାର ବରିଷ୍ଠ ପୁଲିସ ଅଧିକାରୀ ଶୈଳେଶ ପାସାଲଓ୍ଵାଡ୍‌ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe