ମୁଁ ଦ୍ବିତୀୟ ବିବାହ କରିବି, କିଏ କ’ଣ କରିବ କରୁ ! ଏପରି କହି ସିଓଙ୍କ କାର୍ଯ୍ୟାଳୟରେ ଜୋରଦାର ହଙ୍ଗାମା କଲେ ମହିଳା

Advertisment
ମୁଁ ଦ୍ବିତୀୟ ବିବାହ କରିବି, କିଏ କ’ଣ କରିବ କରୁ ! ଏପରି କହି ସିଓଙ୍କ କାର୍ଯ୍ୟାଳୟରେ ଜୋରଦାର ହଙ୍ଗାମା କଲେ ମହିଳା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତ ମହିଳା ପ୍ରେମିକଙ୍କୁ ବିବାହ କରିବାକୁ ଜିଦ ଧରି ସିଓଙ୍କ ସାମ୍ନା‌ରେ ହଙ୍ଗାମା କରିଥି‌ଲେ। ଏହି ସମୟରେ ସେ ଚୌକି ଫିଙ୍ଗିବା ସହିତ ମୋବାଇଲ ଭାଙ୍ଗି ଚଟାଣରେ ଗଡ଼ି ଯାଇଥିଲେ। ପରିବାରଲୋକ ଅନେକ ଚେଷ୍ଟାପରେ ମହିଳାଙ୍କୁ ବୁଝାଇ ଘରକୁ ନେଇ ଯାଇଥିଲେ।

ବସେଲା ଗ୍ରାମରେ ବସବାସ କରୁଥିବା ଅନିଲ ଶର୍ମାଙ୍କ ସ୍ତ୍ରୀ କାଜଲ ଶର୍ମା ସିଓଙ୍କ ସାମ୍ନାରେ ପହଞ୍ଚି କହିଥିଲେ, ‘୨୦୨୨ ଫେବୃଆରି ୧୮ ତାରିଖରେ ମୋର ବିବାହ ହୋଇଥିଲା। କିନ୍ତୁ ମୁଁ ଏହି ବିବାହରେ ଖୁସି ନାହିଁ। ‌ମୋର ପ୍ରେମିକ ଗୁଡ଼ୁକୁ ବିବାହ କରି ଖୁସିରେ ରହିବାକୁ ଚାହୁଁଛି।’

ମହିଳାଙ୍କ କଥାକୁ କେହି ଗୁରୁତ୍ବ ଦେଇ ନଥିବାରୁ ସେ ସିଓଙ୍କ କାର୍ଯ୍ୟାଳୟରେ ଚୌକି ପିଙ୍ଗି ମୋବାଇଲ ଭାଙ୍ଗି ଦେଇଥିଲେ।  ସେଠାରେ ଥିବା ମହିଳା କନଷ୍ଟେବଳ କାଜଲଙ୍କୁ ଆୟତ୍ତ କରିବାକୁ ଚେଷ୍ଟା କରଥିଲେ। କିନ୍ତୁ ସେ କାହାରି କିଛି କଥା ଶୁଣି ନଥି‌ଲେ।ଆଉ ଜୋରଜୋର ଚିତ୍କାର କରି କହିଥିଲେ, ’ମୁଁ ଦ୍ବିତୀୟ ବିବାହ କରିବି, କିଏ କ’ଣ କରିବ କରୁ’।

କାଜଲଙ୍କ ମାନସିକସ୍ଥିତି ଠିକ ନଥିବା କୁହାଯାଉଛି। ତାଙ୍କୁ ତୁରନ୍ତ ଡାକ୍ତରଙ୍କ ଚିକିତ୍ସା ଆବଶ୍ୟକ। ତେବେ ବହୁତ ବୁଝାବୁଝି ପ‌ରେ କାଜଲଙ୍କ ପରିବାରଲୋକ ଝିଅଙ୍କୁ ସିଓଙ୍କ କାର୍ଯ୍ୟାଳୟରୁ ଘରକୁ ନେଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe