ଶିକ୍ଷକଙ୍କୁ ମାତୃତ୍ବ ଅବକାଶ ଛୁଟି ନେବା ମହଙ୍ଗା ପଡ଼ିଲା

Advertisment

ବିହାରର ସରକାରୀ ଶିକ୍ଷକ ଜିତେନ୍ଦ୍ର କୁମାର ସିଂହ ମାତୃତ୍ୱ ଛୁଟି ପାଇଁ ଆବେଦନ କରିଥିଲେ। ଏହା ଅନୁମୋଦନ ହେବା ପରେ ସେ ଏକ ସପ୍ତାହ ଛୁଟିରେ ରହିଲେ। ଶିକ୍ଷା ବିଭାଗ ଏହି ଘଟଣାରେ ସମ୍ପୃକ୍ତ ଥିବା ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଛି। 

ବିହାରର ସରକାରୀ ଶିକ୍ଷକ ଜିତେନ୍ଦ୍ର କୁମାର ସିଂହ ମାତୃତ୍ୱ ଛୁଟି ପାଇଁ ଆବେଦନ କରିଥିଲେ। ଏହା ଅନୁମୋଦନ ହେବା ପରେ ସେ ଏକ ସପ୍ତାହ ଛୁଟିରେ ରହିଲେ। ଶିକ୍ଷା ବିଭାଗ ଏହି ଘଟଣାରେ ସମ୍ପୃକ୍ତ ଥିବା ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଛି। 

sqweqw


ନୂଆଦିଲ୍ଲୀ: ବିହାରର ବୈଶାଳୀରେ ଇ-ପାଠଶାଳା ପୋର୍ଟାଲରେ ମାତୃତ୍ୱ ଛୁଟି ନେଇ ସ୍କୁଲରୁ ନିଖୋଜ ଥିବା ଶିକ୍ଷକ ଏବଂ ଛୁଟି ଦେଇଥିବା ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶିକ୍ଷା ବିଭାଗ ଏହି ଘଟଣାରେ ସମ୍ପୃକ୍ତ ଥିବା ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଛି। 

ଅଧିକପଢ଼ନ୍ତୁ:ଆମେରିକା ଉପରେ ଚୀନର ସାଇବର ଆକ୍ରମଣ

ଜିଲ୍ଲା ଶିକ୍ଷା ଅଧିକାରୀ ବିରେନ୍ଦ୍ର ନାରାୟଣ ଏହି ଘଟଣାକୁ ନେଇ କହିଛନ୍ତି,‘ ଇ-ପାଠଶାଳା ପୋର୍ଟାଲରେ ହୋଇଥିବା ଅନିୟମିତତା ସମ୍ପର୍କରେ ବିଦ୍ୟାଳୟର ଶିକ୍ଷକ ତଥା ପ୍ରଧାନଶିକ୍ଷକଙ୍କଠାରୁ ସ୍ପଷ୍ଟୀକରଣ ମାଗାଯାଇଥିଲା। ସନ୍ତୋଷଜନକ ଉତ୍ତର ନମିଳିବାରୁ ଭୁଲ ଛୁଟି ନେଇଥିବା ଶିକ୍ଷକ ଜିତେନ୍ଦ୍ର କୁମାର ସିଂହ ଓ ଛୁଟି ଦେଇଥିବା ପ୍ରଧାନଶିକ୍ଷକ ଶତ୍ରୁଘ୍ନ କୁମାର ରବିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

ବିହାରର ସରକାରୀ ଶିକ୍ଷକ ଜିତେନ୍ଦ୍ର କୁମାର ସିଂହ ମାତୃତ୍ୱ ଛୁଟି ପାଇଁ ଆବେଦନ କରିଥିଲେ। ଏହା ଅନୁମୋଦନ ହେବା ପରେ ସେ ଏକ ସପ୍ତାହ ଛୁଟିରେ ରହିଲେ। ସରକାରୀ ଶିକ୍ଷକମାନଙ୍କ ପାଇଁ ଥିବା ଅନଲାଇନ୍ ଛୁଟି ଆବେଦନ ପୋର୍ଟାଲର କିଛି ଉପଭୋକ୍ତା ଏହାର ସ୍କ୍ରିନସଟ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। 

ଅଧିକପଢ଼ନ୍ତୁ:ଭଙ୍ଗା ବଦଳରେ ଭଲ ଗୋଡ଼ର ଅସ୍ତ୍ରୋପଚାର କଲେ ଡାକ୍ତର

ଶିକ୍ଷା ବିଭାଗକୁ ପରିହାସ କରାଯିବା ପରେ ଅଧିକାରୀମାନେ ଦାବି କରିଛନ୍ତି ଯେ ଏହା ଏକ ‘ବୈଷୟିକ ତ୍ରୁଟି' ଯାହାକୁ ସଂଶୋଧିତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe