ଠାକୁରଙ୍କ ହୁଣ୍ଡିରୁ ଟଙ୍କା ଚୋରି କରୁଥିବା ବେଳେ ଧରାପଡ଼ିଲେ ବ୍ୟାଙ୍କ କର୍ମଚାରୀ

Advertisment

ଜଣେ ବ୍ୟାଙ୍କ କର୍ମଚାରୀ ଠାକୁରଙ୍କ ଟଙ୍କା ଚୋରି କରୁଥିବା ବେଳେ ସିଧାସଳଖ ଧରାପଡ଼ି ଯାଇଥିଲେ। ଏହି ଚୋରି ଘଟଣା ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଥିଲା। ଯେଉଁଥିରେ ବ୍ୟାଙ୍କ କର୍ମଚାରୀଙ୍କ ଚୋରିର ସିଧାସଳଖ ଦୃଶ୍ୟକୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।

ଜଣେ ବ୍ୟାଙ୍କ କର୍ମଚାରୀ ଠାକୁରଙ୍କ ଟଙ୍କା ଚୋରି କରୁଥିବା ବେଳେ ସିଧାସଳଖ ଧରାପଡ଼ି ଯାଇଥିଲେ। ଏହି ଚୋରି ଘଟଣା ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଥିଲା। ଯେଉଁଥିରେ ବ୍ୟାଙ୍କ କର୍ମଚାରୀଙ୍କ ଚୋରିର ସିଧାସଳଖ ଦୃଶ୍ୟକୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।

defed

ନୂଆଦିଲ୍ଲୀ: ମଥୁରାର ବୃନ୍ଦାବନର ପ୍ରସିଦ୍ଧ ଠାକୁର ଶ୍ରୀ ବାଙ୍କେ ବିହାରୀ ମନ୍ଦିରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟାଙ୍କ କର୍ମଚାରୀ ଠାକୁରଙ୍କ ଟଙ୍କା ଚୋରି କରୁଥିବା ବେଳେ ସିଧାସଳଖ ଧରାପଡ଼ି ଯାଇଥିଲେ। ଏହି ଚୋରି ଘଟଣା ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଥିଲା। ଯେଉଁଥିରେ ବ୍ୟାଙ୍କ କର୍ମଚାରୀଙ୍କ ଚୋରିର ସିଧାସଳଖ ଦୃଶ୍ୟକୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।

ମନ୍ଦିର ପ୍ରଶାସନ ଏହି ଚୋରି ଘଟଣାକୁ କେନ୍ଦ୍ରକରି ଏକ ମାମଲା ରୁଜୁ କରିଛନ୍ତି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ବ୍ୟାଙ୍କ କର୍ମଚାରୀ ଅଭିନବ ସକସେନାଙ୍କୁ ଗିରଫ କରିଛି।

ପ୍ରସିଦ୍ଧ ଠାକୁର ଶ୍ରୀ ବାଙ୍କେ ବିହାରି ମନ୍ଦିରରେ ନିୟମାନୁସାରେ ପ୍ରତିମାସରେ ନ୍ୟାୟାଳୟ ଦ୍ବାରା ନିଯୁକ୍ତ ଅଧିକାରୀଙ୍କ ନୀରିକ୍ଷଣରେ ବ୍ୟାଙ୍କ କର୍ମଚାରୀମାନେ ହୁଣ୍ଡି ଖୋଲିଥାଆନ୍ତି। ଏହି ହୁଣ୍ଡି ଖୋଲିବା ପ୍ରକ୍ରିୟା ଗତ ତିନିଦିନ ହେବ ଜାରି ରହିଥିଲା। 

ଗତ ଶନିବାର କଣ୍ଟ୍ରୋଲ ରୁମରେ ଥିବା କର୍ମଚାରୀଙ୍କୁ ବ୍ୟାଙ୍କ କର୍ମଚାରୀ ଅଭିନବ ସକସେନାଙ୍କ ଉପରେ ସନ୍ଦେହ ହୋଇଥିଲା। ଏହାପରେ ବାଙ୍କେ ବିହାରି ମନ୍ଦିର ପ୍ରଶାସନ ସିସିଟିଭି ଯାଞ୍ଚ କରିଥିଲେ। ଏଥିରେ ଅଭିନବଙ୍କ ଚୋରି ଧରାପଡ଼ିଥିଲା।

ଏହାପରେ ଅଭିନବଙ୍କ ଉପରେ ସିଧାସଳଖ ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ତାଙ୍କ ପକେଟରୁ ୯ଲକ୍ଷ ୫୦ହଜାର ଟଙ୍କା ଜବତ କରାଯାଇଥିଲା। ଧରାରପଡ଼ିବା ପରେ ପୁଲିସ ସମ୍ମୁଖରେ ଅଭିନବ ନିଜର ଦୋଷ ସ୍ବୀକାର ବି କରିଥିଲେ। 
  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe