ଏକ ତରଫା ଭଲ ପାଉଥିବା ଯୁବକଙ୍କ ଗୁଳିର ଶିକାର ହେବା ପରେ ବିବାହ ବେଦୀରେ ଟଳି ପଡ଼ିଲେ କନ୍ୟା

Advertisment
ଏକ ତରଫା ଭଲ ପାଉଥିବା ଯୁବକଙ୍କ ଗୁଳିର ଶିକାର ହେବା ପରେ ବିବାହ ବେଦୀରେ ଟଳି ପଡ଼ିଲେ କନ୍ୟା

ନୂଆଦିଲ୍ଲୀ: ଗତ ଗୁରୁବାର  ବିବାହ ଚାଲିଥିବା ସମୟରେ ଉତ୍ତରପ୍ରଦେଶର ମଥୁରାର ମୁବାରକପୁର ଗ୍ରାମରେ କନ୍ୟାକୁ ଗୁଳି କରି ହତ୍ୟା କରାଯିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତେବେ ଏକତରଫା ପ୍ରେମର ଏହି କରୁଣ ପରିଣତି ବୋଲି କୁହାଯାଉଉଛି। ଘଟଣା ଘଟାଇ ଫେରାର ହୋଇଯାଇଥିବା ଅଭିଯୁକ୍ତ ବିରୋଧରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ମୁବାରକପୁର ନିବାସୀ ଖୁବିରାମଙ୍କ ଝିଅଙ୍କ ବିବାହ ନୋଏଡାର ଜଣେ ଯୁବକଙ୍କ ସହିତ ସ୍ଥିର ହୋଇଥିଲା। ଗୁରୁବାର ବରଯାତ୍ରୀ ଆସି କନ୍ୟାଙ୍କ ଘରେ ପହଞ୍ଚିଥିଲା। ଏହାପରେ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। କନ୍ୟା ବେଦୀରେ ପହଞ୍ଚିଥିବା ବେଳ‌େ  ଜଣେ ଯୁବକ ହଠାତ ଆସି ଯୁବତୀଙ୍କ ଉପରକୁ ଗୁଳି ଚଲାଇ ଥିଲା। କେହି କିଛି ବୁଝିବା ପୂର୍ବରୁ ଅଭିଯୁକ୍ତ ‌ସେଠାରୁ ଚମ୍ପଟ ମାରିଥିଲା ଆଉ କନ୍ୟା ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି କନ୍ୟାଙ୍କ ମୃତ‌ଦେହକୁ ଜବତ କରି ଅଭିଯୁକ୍ତକୁ  ଯଥାଶୀଘ୍ର ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ତେବେ ସ୍ଥାନୀୟଲୋକଙ୍କ କହିବାନୁସାରେ, ଉକ୍ତ ଯୁବକ ଜଣକ କନ୍ୟାଙ୍କୁ ଏକ ତରଫା ଭଲ ପାଉଥିଲା। ସେ କନ୍ୟାଙ୍କ ଉପରକୁ ଗୁଳି ଚଳାଇବା ପୂର୍ବରୁ ବରଯାତ୍ରୀ ଆସିବା ସମୟରେ ବାଟରେ ଲୋକ ଲଗାଇ ଅନେକ ଧମକ ମଧ୍ୟ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe