ପ୍ରେମିକ ସହ ଫେରାର ହେଉଥିବା ବେଳେ ଭଉଣୀର ତଣ୍ଠି ଚିପି ହତ୍ୟା କଲା ଭାଇ

ପ୍ରେମିକ ସହ ଫେରାର ହେଉଥିବା ବେଳେ ଭଉଣୀର ତଣ୍ଠି ଚିପି ହତ୍ୟା କଲା ଭାଇ

ମେରଟ: ମେରଟରୁ ଏକ ହୃଦୟ ବିଦାରକ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଭାଇ ନିଜ ଭଉଣୀକୁ ବିଚରାସ୍ତାରେ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।ଏହି ହତ୍ୟାକାଣ୍ଡର ଭିଡିଓ  ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ସୂଚନାଯୋଗ୍ୟ, ନଙ୍ଗଲା ଶେଖୁ ଗାଁରେ ବସବାସ କରୁଥିବା ନାବାଳିକାଙ୍କ ସରୁରପୁର ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମସମ୍ପର୍କ ଥିଲା। ତିନିମାସ ପୂର୍ବେ ନାବାଳିକା ତାଙ୍କ ପ୍ରେମିକଙ୍କ ସହିତ ଘରୁ ଫେରାର ହୋଇ ଯାଇଥିଲେ। ଏହାପରେ ପରିବାରବର୍ଗ ଯୁବକଙ୍କ ବିରୋଧରେ ଅପହରଣ ମାମଲା ରୁଜୁ କରିଥିଲେ।

ପୁଲିସ ନାବଳିକାଙ୍କୁ ଉଦ୍ଧାର କରି ପରିବାରଲୋକଙ୍କୁ ହସ୍ତାନ୍ତର କରି ଯୁବକଙ୍କୁ ଜେଲକୁ ପଠାଇ ଦେଇଥିଲା। କିଛିଦିନ ତଳେ ଯୁବକଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା।

ଏହାପରେ ଉକ୍ତ ପ୍ରେମୀଯୁଗଳ କଥାବାର୍ତ୍ତା ‌ହୋଇ ପୁଣି ଘରୁ ଫେରାର ହୋଇଯିବାକୁ ଯୋଜନା କରିଥିଲେ। ନାବାଳିକା ତାଙ୍କ ପ୍ରେମିକ ସହିତ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଭାଇକୁ କୌଣସି ସୂତ୍ରରୁ ଖବର ମିଳି ଯାଇଥିଲା।

ସେ ଭଉଣୀକୁ ଖୋଜିଖୋଜି ଆସୁଥିବା ବେଳେ ରାସ୍ତାରେ ତାକୁ ପାଇ ଯାଇଥିଲା। ଭଉଣୀକୁ ତାର ପ୍ରେମିକ ପାଖରୁ ଛଡ଼ାଇ ନିସ୍ତୁକମାଡ଼ ମରିବା ସହିତ ଗାଳିଗୁଲଜ କରିଥିଲା। ଏତିକିରେ ତାର ମନ ବୁଝି ନଥିଲା ଯେ ସେ ବିଚରାସ୍ତାରେ ଲୋକଙ୍କ ଗହଳି ଭିତରେ ଭଉଣୀର ତଣ୍ଠି ଚିପି ହତ୍ୟା କରି ଦେଇଥିଲା।

ଏଘଟଣା ଦେଖୁଥିବା ଲୋକମାନେ ଯୁବକଙ୍କୁ ଅଟକାଇବା ବଦଳରେ ଲୋମଟାଙ୍କୁରା ଦୃଶ୍ୟର ଭିଡିଓ ରେକର୍ଡ କରୁଥିଲେ। କୌଣସି ସୂତ୍ରରୁ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭଉଣୀ ହତ୍ୟାକାରୀ ଭାଇକୁ ଗିରଫ କରି ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe