ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମେରଠରେ ମୃତଦେହକୁ ନାଳରେ ଫିଙ୍ଗି ଫେରାର ହୋଇଯାଇଥିବା ଦୁଷ୍କର୍ମକାରୀକୁ ପୁଲିସ ଏନକାଉଣ୍ଟର କରି ଗିରଫ କରିଛି। ଗିରଫ ଦୁଷ୍କର୍ମକାରୀର ନାମ ମୋଇସ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ମେରଠରେ ୨ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରିବା ଅଭିଯୋଗରେ ଦୁଷ୍କର୍ମକାରୀକୁ ଗିରଫ କରି ପୁଲିସ ମେଡିକାଲ ଯାଞ୍ଚ ପାଇଁ ନେଇ ଯାଉଥିବା ବେଳେ ସେ ଖସି ପଳାଇବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ଦୁଷ୍କର୍ମକାରୀକୁ କାବୁ କରିବା ପାଇଁ ପୁଲିସ ଏନକାଉଣ୍ଟର କରିଥିଲା। ପୁଲିସ ଏନକାଉଣ୍ଟରରେ ଦୁଷ୍କର୍ମକାରୀ ଆହତ ହୋଇଥିଲା। ଘଟଣାସ୍ଥଳରୁ ଆଉ ଉଠି ନପାରିବାରୁ ପୁଲିସ ତାକୁ ଗିରଫ କରି ନେଇଥିଲା। ଗିରଫ ପରେ ହସ୍ପିଟାଲରେ ମୋଇସର ଚିକିତ୍ସା ଚାଲିଛି।
ସୂଚନାଯୋଗ୍ୟ , ମୋଇସ ଶୁକ୍ରବାର ବିଳମ୍ବିତ ରାତିରେ ମା’ ପାଖରେ ଶୋଇଥିବା ଦୁଇବର୍ଷର ଶିଶୁକୁ ଟେକି ନେଇ ଯାଇଥିଲା। ଏହି ସମୟରେ ଶିଶୁ କାନ୍ଦିବା ଶୁଣି ପରିବାରଲୋକ ମୋଇସର ପିଛା କରିଥିଲେ କିନ୍ତୁ ଘନ ଅନ୍ଧାର ହେତୁ ସେ ଲୁଚି ଯାଇଥିଲା। ପରିବାରଲୋକ ଆଉ ତାକୁ ନପାଇ ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଖୋଜାଖୋଜି କରିବା ପରେ ଗ୍ରାମ ନିକଟସ୍ଥ ନାଳରୁ ୨ବର୍ଷର ଶିଶକୁ ମୃତ ଅବସ୍ଥାରେ ପାଇଥିଲା। ଏହାପରେ ସିସିଟିଭି ଫୁଟେଜ ଯାଞ୍ଚ କରି ଦୁଷ୍କର୍ମକାରୀକୁ ଗିରଫ କରିଥିଲା ପୁଲିସ।
Follow Us