ପ୍ରେମିକ ପାଇଁ ସ୍ବାମୀଙ୍କୁ ହତ୍ୟା, ଖଣ୍ଡ ବିଖଣ୍ଡିତ ଶରୀର ଡ୍ରମରେ ରଖି ସିମେଣ୍ଟରେ ମୁଦିଦେଲା ସ୍ତ୍ରୀ

ମିରଟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହ ମିଶି କେବଳ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିନଥିଲେ ବରଂ ମୃତଦେହକୁ ୧୫ଖଣ୍ଡ କରି ଏକ ଡ୍ରମରେ ରଖି ସିମେଣ୍ଟରେ ମୁଦିଦେଇଥିଲେ।

tvabqh

ମିରଟ: ମିରଟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହ ମିଶି କେବଳ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିନାହିଁ ବରଂ ମୃତଦେହକୁ ୧୫ଖଣ୍ଡ କରି ହତ୍ୟା କରିବା ପରେ ଏକ ଡ୍ରମରେ ଭର୍ତ୍ତି କରି ସିମେଣ୍ଟରେ ମୁଦିଦେଇଥିଲେ ବୋଲି ଜଣାଯାଇଛି। ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ପତ୍ନୀ ତାଙ୍କ ପ୍ରେମିକଙ୍କ ସହିତ ମିଶି ପ୍ରଥମେ ତାଙ୍କ ସ୍ୱାମୀଙ୍କୁ ନିଦ ବଟିକା ଦେଇଥିଲେ। ଏହା ପରେ ସେ ତାଙ୍କୁ ଏକ ଛୁରୀରେ ହତ୍ୟା କରିଥିଲେ। ସେ ଏତିକିରେ ଅଟକି ନଥିଲେ। ମୃତଦେହକୁ ଖଣ୍ଡ ଖଣ୍ଡ କରିବା ପରେ, ଦୁହେଁ ଏହାକୁ ଏକ ଡ୍ରମରେ ରଖି ସିମେଣ୍ଟରେ ସିଲ୍ କରିଦେଇଥିଲେ। ଅଭିଯୁକ୍ତମାନେ ହେଲେ ମୁସ୍କାନ ଏବଂ ସାହିଲ। ମୃତକଙ୍କ ନାମ ୨୯ ବର୍ଷୀୟ ସୌରଭ ରାଜପୁତ ବୋଲି ଚିହ୍ନଟ କରାଯାଇଛି। ସୌରଭ ମର୍ଚ୍ଚାଣ୍ଟ ନେଭିରେ କାମ କରୁଥିଲେ।

ପୁଲିସ ତଦନ୍ତରୁ ଜଣାପଡିଛି ଯେ, ସୌରଭ ରାଜପୁତ ଆମେରିକାସ୍ଥିତ ଏକ କମ୍ପାନିରେ ମର୍ଚ୍ଚାଣ୍ଟ ନେଭିରେ କାମ କରୁଥିଲେ ଏବଂ ଫେବ୍ରୁଆରି ୨୪ତାରିଖରେ ତାଙ୍କ ୬ବର୍ଷର ଝିଅର ଜନ୍ମଦିନ ପାଳନ କରିବାକୁ ଭାରତ ଆସିଥିଲେ। ଏହି ଭୟଙ୍କର ଘଟଣା ଘଟାଇବା ପରେ, ଯେତେବେଳେ ଲୋକମାନେ ସୌରଭଙ୍କ ବିଷୟରେ ପଚାରିବା ଆରମ୍ଭ କଲେ, ମୁସ୍କାନ ଲୋକମାନଙ୍କୁ କହିଥିଲେ ଯେ ତାଙ୍କ ସ୍ୱାମୀ ବୁଲିବାକୁ ଯାଇଛନ୍ତି। ଏହାକୁ ସତ ବୋଲି ପ୍ରମାଣ କରିବା ପାଇଁ ମୁସ୍କାନ ଏବଂ ସାହିଲ ମୃତ ସୌରଭଙ୍କ ଫୋନ୍ ଧରି ହିମାଚଳ ପ୍ରଦେଶକୁ ବୁଲିବାକୁ ଯାଇଥିଲେ। ଏହା ସହ ମୁସ୍କାନ, ସୌରଭଙ୍କ ଫୋନରୁ କିଛି ଭିଡିଓ ବି ଅପଲୋଡ କରିଥିଲେ। କିନ୍ତୁ ସୌରଭଙ୍କ ପରିବାର ଲୋକଙ୍କୁ ସନ୍ଦେହ ହେବାରୁ ସେମାନେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଦୁହିଁଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଲା।

BSBNMCBfhQIU

ପଚରାଉଚରା ବେଳେ ଜଣାପଡ଼ିଛି ଯେ, ମିରଟର ଇନ୍ଦିରା ନଗରର ବାସିନ୍ଦା ସୌରଭ ଏବଂ ମୁସ୍କାନଙ୍କର ୨୦୧୬ ମସିହାରେ ପ୍ରେମ ବିବାହ ହୋଇଥିଲା। ତା’ପରେ, ମୁସ୍କାନର ପ୍ରେମ ପାଇଁ, ସୌରଭ ମର୍ଚ୍ଚାଣ୍ଟ ନେଭି ଚାକିରି ମଧ୍ୟ ଛାଡି ଦେଇଥିଲେ। ପ୍ରେମ ବିବାହ ନିଷ୍ପତ୍ତି ଏବଂ ଚାକିରି ଛାଡିବା ଯୋଗୁଁ, ସୌରଭଙ୍କର ତାଙ୍କ ପରିବାର ସହିତ ବିବାଦ ଆରମ୍ଭ ହୋଇଗଲା। ପରିସ୍ଥିତି ଏତେ ଖରାପ ହେଲା ଯେ ସୌରଭ ଏବଂ ମୁସ୍କାନ ଅଲଗା ହୋଇ ଏକ ଭଡା ଘରେ ରହିବା ଆରମ୍ଭ କଲେ।

୨୦୧୯ ମସିହାରେ, ମୁସ୍କାନ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ସମୟରେ ମୁସ୍କାନଙ୍କର, ସୌରଭଙ୍କ ବନ୍ଧୁ ସାହିଲ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯେତେବେଳେ ସୌରଭ ଏହା ଜାଣିବାକୁ ପାଇଲେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ‌ହୋଇ କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଗଲା। କିନ୍ତୁ ତା’ପରେ ସୌରଭ ତାଙ୍କ ଝିଅର ଭବିଷ୍ୟତକୁ ଧ୍ୟାନରେ ରଖି ୨୦୨୩ ମସିହାରେ ପୁଣି କାମ କରିବା ପାଇଁ ବିଦେଶ ଚାଲିଗଲେ। ଝିଅର ଜନ୍ମଦିନ ପାଇଁ ସେ ଫେରିବା ପରେ ମୁସ୍କାନ ଓ ସାହିଲ ମାର୍ଚ୍ଚ ୪ରେ ତାଙ୍କୁ ରାସ୍ତାରୁ ହଟାଇଥିଲେ। ପ୍ରାୟ ୧୪ଦିନ ପରେ ଡ୍ରମରେ ସୌରଭଙ୍କୁ ଖଣ୍ଡ ଖଣ୍ଡ କରି ସିଲ୍ କରାଯାଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe