ରାଜା ହତ୍ୟା ମାମଲା; ଡିଜିଟାଲ ପ୍ରମାଣ ଖୋଜୁଛି ପୁଲିସ

1401bc41-66f0-46ad-b1a7-7617c78024b3

ନୂଆଦିଲ୍ଲୀ: ସିଲିଂର ହନିମୁନ ହତ୍ୟା ମାମଲାକୁ ନେଇ ପ୍ରତିଦିନ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି। ବ୍ୟବସାୟୀ ରାଜା ରଘୁବଂଶୀ  ହତ୍ୟା ମାମଲାରେ ଗିରଫ ହୋଇଥିବା ଦୁଇ ମୁଖ୍ୟ ଅଭିଯୁକ୍ତ ସୋନମ ରଘୁବଂଶୀ ଓ ରାଜ କୁଶୱାହ ପୁଲିସ ସମ୍ମୁଖରେ ସତ ଓଗାଲି ନିଜନିଜର ଦୋଷ ସ୍ବୀକାର କରିଛନ୍ତି। ପୁଲିସ ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ୫୦ହଜାର ନଗଦ ଟଙ୍କା ଜବତ କରିଛି।

ଇଷ୍ଟ ଖାସି ହିଲ୍ସ ପୁଲିସ ସୂତ୍ରରୁ ପ୍ରକାଶ, ଦୁଇଜଣ ଅଭିଯୁକ୍ତଙ୍କୁ ପ୍ରାରମ୍ଭିକ ପଚରାଉଚରା ସମୟରେ ସେମାନେ କହିଥିଲେ କି ରାଜାଙ୍କୁ ଯେଉଁଥିରେ ହତ୍ୟା କରିଥିଲେ ତାହା ସେମାନଙ୍କ ବ୍ୟାଗରେ ଅଛି। ମାମଲାର ଗମ୍ଭୀରତାକୁ ନେଇ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି।

ତେବେ ଏହି ହତ୍ୟା ମାମଲାରେ କେବଳ ଯେ ଅସ୍ତ୍ରଶସ୍ତ୍ର କି ନଗଦ ଟଙ୍କା ନୁହେଁ ବରଂ ଡିଜିଟାଲ ପ୍ରମାଣ ବି ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ପାରେ ବୋଲି ଆଶା ରାଖାଯାଇଛି। ପଚରାଉଚରା ସମୟରେ ସୋନମ ଓ ରାଜ କହିଥିଲେ ସେମାନେ ବ୍ୟବହାର କରୁଥିବା ଲାପଟପ ଓ ଫୋନକୁ ସମ୍ପୂର୍ଣ୍ଣ ଭାତବେ ନଷ୍ଟ କରି ଦେଇଛନ୍ତି। ତେବେ କେଉଁଠି ନଷ୍ଟ କରିଛନ୍ତି ଦୁହେଁ ସେ ବାବଦରେ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ତଥାପି ପୁଲିସ ସେ ନଷ୍ଟ ହୋଇଯାଇଥିବା ଲାପଟପ ଓ ଫୋନକୁ  ଖୋଜିବା ପାଇଁ ତଦନ୍ତକୁ କଡ଼ାକଡ଼ି କରି ଦେଇଛି। ଅଭିଯୁକ୍ତଙ୍କ ନିକଟରୁ ଆହୁରି ।ପ୍ରାମଣ ମିଳିବା ଆଶାରେ ପୁଲିସ ଯାଞ୍ଚ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe