ଅନ୍ଧବିଶ୍ୱାସର କରୁଣ ପରିଣତି: ମାସିକ ଧର୍ମ ସମୟର ପ୍ରଥା ହେତୁ ଗଲା ଯୁବତୀଙ୍କ ଜୀବନ

ଅନ୍ଧବିଶ୍ୱାସର କରୁଣ ପରିଣତି: ମାସିକ ଧର୍ମ ସମୟର ପ୍ରଥା ହେତୁ ଗଲା ଯୁବତୀଙ୍କ ଜୀବନ

representational photo

କାଠମାଣ୍ଡୁ: ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବିଭିନ୍ନ ଘଟଣାରେ ଅନେକ ଜୀବନ ଚାଲି ଯାଉଥିବା ସତ୍ୱେ ବି ବଦଳୁନି ସମାଜ। ଏବେ ବି ଅନ୍ଧବିଶ୍ୱାସର କରୁଣ ପରିଣତି ସ୍ୱରୂପ ବଳି ପଡୁଛି ନୀରିହ ଜୀବନ। ନେପାଳର ଏକ ଦୁର୍ଗମ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୨୧ ବର୍ଷୀୟା ଯୁବତୀଙ୍କର ମାସିକ ଧର୍ମ ହେବା ପରେ ପୁରୁଣା ପ୍ରଥା ଅନୁଯାୟୀ ପରିବାର ଲୋକ ତାଙ୍କୁ ଘର ବାହାରେ ଥିବା ଏକ କୁଡ଼ିଆରେ ରହିବାକୁ କହିଥିଲେ। ଯୁବତୀ ଜଣକ ଶୀତ, କାକର ରାତିରେ ଘର ଛାଡ଼ି ଯାଇ କୁଡ଼ିଆରେ ଶୋଇଥିଲେ। ଶୀତରୁ ରକ୍ଷା ପାଇବା ପାଇଁ ଯୁବତୀ କୁଡ଼ିଆ ଘର ମଧ୍ୟରେ ନିଆଁ ଲଗାଇଥିଲେ। ସେହି ନିଆଁ ହେତୁ ରାତିରେ ପ୍ରବଳ ମାତ୍ରାରେ ଧୂଆଁ ହେବା ଫଳରେ ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ପରଦିନ ସକାଳୁ ଯୁବତୀଙ୍କ ମୃତ ଦେହ ଉକ୍ତ କୁଡ଼ିଆ ଭିତରୁ ଉଦ୍ଧାର ହୋଇଥିଲା।

publive-image

ଏଠାରେ ଆମେ ଜଣାଇ ଦେଉଛୁ ଯେ, ନେପାଳରେ ମାସିକ ଧର୍ମ ସମୟରେ ମନା ଯାଉଥିବା ଏହି ବିଧିକୁ ‘ଚୌପଦୀ’ ପ୍ରଥା ବୋଲି କୁହାଯାଏ। ଗତବର୍ଷ ଏକ ମାମଲାରେ ‘ଚୌପଦୀ’ ପ୍ରଥା ବିରୋଧରେ ଅଦାଲତ ନଜର ରାୟ ଶୁଣାଇଥିଲେ। ପରି ଏକ ଭିତ୍ତିହୀନ ପ୍ରଥାକୁ ନେଇ ଏକ ନିୟମ ମଧ୍ୟ ପ୍ରଣୟନ ହୋଇଥିଲା। ମହିଳାମାନଙ୍କ ମାସିକ ଧର୍ମ ସମୟରେ ସେମାନଙ୍କୁ କୌଣସି ପ୍ରକାର ଅସୁସ୍ଥକର କିମ୍ବା ବିପଦପୂର୍ଣ୍ଣ କାର୍ଯ୍ୟ କରାଉଥିବା ବ୍ୟକ୍ତିଙ୍କ ନିମନ୍ତେ ଜରିମାନା ସହିତ ଦଣ୍ଡ ବିଧାନ ସ୍ଥିର ହୋଇଥିଲା। ଗତବର୍ଷ ନେପାଳରେ ଏହି ପ୍ରଥା ହେତୁ ଦୁଇ ମହିଳାଙ୍କ ଜୀବନ ଯିବା ପରେ ଏହାକୁ ନେଇ ମାମଲା ଚାଲିଥିଲା। ଏହା ଏକ ଭିତ୍ତିହୀନ ପ୍ରଥା, ଯାହାକୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକେ ପାଳନ କରିଥାନ୍ତି ବୋଲି ଅଦାଲତ ସ୍ପଷ୍ଟ କରିଥିଲେ।

publive-image

ଏତେ ସବୁ ପରେ ବି ଚଳିତବର୍ଷ ପୁଣି ଥରେ ସମାନ ଘଟଣା ହେତୁ ଜଣେ ଯୁବତୀଙ୍କ ପ୍ରାଣ ଯିବା କଥା ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇଛି। ଏହି ପ୍ରଥାର ବିରୋଧରେ କେତେକ ପ୍ରଚାରକ ଏବେ ଅଣ୍ଟା ଭିଡ଼ିଛନ୍ତି। ସେମାନେ ମତ ରଖିଛନ୍ତି,‘ଲୋକଙ୍କ ମନରେ ଏହି ପ୍ରଥା ବସି ରହିଲେ ଭବିଷ୍ୟତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ମାସକୁ ଥରେ ଲେଖାଏ ମହିଳାଙ୍କୁ ଅପରିଷ୍କାର ସ୍ଥାନରେ ତ ଶୋଇବାକୁ ପଡ଼ିବ, ତା ସହିତ ଜୀବ-ଯନ୍ତୁଙ୍କ ଆକ୍ରମଣର ଭୟ ମଧ୍ୟ ରହିଛି। ତେଣୁ ଏହାକୁ ନେଇ ଆଇନ ସକ୍ରିୟ ହେବା ଜରୁରୀ। ଯେଉଁଭଳି ଭାବେ ଗ୍ରାମାଞ୍ଚଳ ମହିଳାମାନଙ୍କୁ ମାସିକ ଧର୍ମ ସମୟରେ ହଇରାଣ ହରକତ ହେବାକୁ ପଡୁଛି ତାହା ଆଦୌ ବିପଦଶୂୂନ୍ୟ ନୁହେଁ। ଖାଲି ମାସିକ ଧର୍ମ ସମୟରେ ନୁହେଁ, ସନ୍ତାନ ପ୍ରସବ ପରେ ବି ମହିଳାଙ୍କୁ ଏପରି ଅନ୍ଧବିଶ୍ୱାସ ସହ ମୁକାବିଲା କରିବାକୁ ପଡ଼ିଥାଏ।’

ଉଲ୍ଲେଖଯୋଗ୍ୟ, ସଂପୃକ୍ତି ଅଞ୍ଚଳରେ ମାସିକ ଧର୍ମ ସମୟରେ ମହିଳାମାନଙ୍କୁ କୌଣସି ବ୍ୟକ୍ତି କିମ୍ବା ଗୋରୁଙ୍କୁ ଛୁଇଁବା ପାଇଁ ମଧ୍ୟ ବାରଣ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe