ଡାକ୍ତରଖାନାରେ ରୋଗୀମାନଙ୍କୁ ଔଷଧ ଦେଉଥିଲେ ମାନସିକ ରୋଗରେ ପୀଡ଼ିତ ଥିବା ଯୁବକ, ଏଭଳି ଭାବେ ସାମ୍ନାକୁ ଆସିଲା ଘଟଣା

Advertisment
ଡାକ୍ତରଖାନାରେ ରୋଗୀମାନଙ୍କୁ ଔଷଧ ଦେଉଥିଲେ ମାନସିକ ରୋଗରେ ପୀଡ଼ିତ ଥିବା ଯୁବକ, ଏଭଳି ଭାବେ ସାମ୍ନାକୁ ଆସିଲା ଘଟଣା

timesnownews.com

ଛତ୍ରପୁର: ମଧ୍ୟପ୍ରଦେଶର ଛତ୍ରପୁରରେ ଥିବା ଜିଲ୍ଲା ଡାକ୍ତରଖାନାରେ ଘଟିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାନସିକ ରୋଗରେ ପୀଡ଼ିତ ଥିବା ଜଣେ ଯୁବକ ଏକାଧିକ ରୋଗୀଙ୍କୁ ଔଷଧ ଲେଖି ଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଡାକ୍ତରଙ୍କ ଚ୍ୟାମ୍ବରରେ ବସି ଯୁବକଜଣକ ରୋଗୀଙ୍କ ସମସ୍ୟା ବୁଝୁଥିଲେ। ଏ ନେଇ ଡାକ୍ତରଖାନା କର୍ମଚାରୀଙ୍କୁ ସୂଚନା ମିଳିବା ବେଳକୁ ଯୁବକଜଣକ ଏକାଧିକ ରୋଗୀଙ୍କୁ ଦେଖି  ପ୍ରେସ୍କ୍ରିପସନ ଦେଇ ସାରିଥିଲେ।

Image result for Mentally challenged man prescribes medicines to patients at hospital in Madhya Pradesh's Chhatarpur Asianet-Breaking News

ମିଳିଥିବା ସୂଚନା ମୁତାବକ, ଡାକ୍ତର ହିମାଂଶୁ ବୋଥାମ୍ ଓପିଡିରେ ଡିୟୁଟି କରିବା ପାଇଁ ନିଜ କକ୍ଷ ଛାଡ଼ି ଯିବା ପରେ ମାନସିକ ରୋଗରେ ପୀଡ଼ିତ ଥିବା ଯୁବକଜଣକ ଆସି ତାଙ୍କ ଚେୟାରରେ ବସି ପଡ଼ିଥ‌ିଲେ। ଏହି ସମୟରେ ଡାକ୍ତର ହିମାଂଶୁ ବୋଥାମଙ୍କ ପାଖକୁ ଚିକିତ୍ସା ପାଇଁ ଆସିଥିବା ରୋଗୀ ଯୁବକଙ୍କୁ ଡାକ୍ତର ବୋଲି ଭାବି ତାଙ୍କୁ ନିଜ ସମସ୍ୟା ଜଣାଇଥିଲେ। ଯୁବକଜଣଙ୍କ ରୋଗୀଙ୍କୁ ନିଜର ଅସଲ ପରିଚୟ ନ ଦେଇ ସେମାନଙ୍କ ଶାରୀରିକ ସମସ୍ୟା ବିଷୟରେ ଶୁଣି, ସେମାନଙ୍କୁ ଔଷଧ ଲେଖି ଖାଇବାକୁ ଦେଇଥିଲେ। ରୋଗୀମାନେ ଔଷଧ ଆଣିବାକୁ ଯିବା ପରେ ମେଡିକାଲ ଷ୍ଟୋରରେ ଥିବା କର୍ମଚାରୀ ପ୍ରେସ୍କ୍ରିପସନ ଦେଖି ସନ୍ଦେହ କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ମେଡିକାଲ ଷ୍ଟୋରର କର୍ମଚାରୀ ଡାକ୍ତର ହିମାଂଶୁ ବୋଥାମଙ୍କ କକ୍ଷକୁ ଯାଇ ଦେଖିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଏବେ ତାଙ୍କର ଚିକିତ୍ସା କରାଯାଉଥିବା ବେଳେ ଯୁବକଜଣଙ୍କ ନିଜକୁ ଏମ୍ସର ଡାକ୍ତର ବୋଲି କହିଛନ୍ତି। ପୂର୍ବରୁ ସେ ଡାକ୍ତର ଭାବେ କାମ କରିଥିଲେ ଏବଂ ରୋଗୀଙ୍କୁ ଚିନ୍ତିତ ଦେଖି ସେ ସେମାନଙ୍କୁ ଔଷଧ ଲେଖି ଦେଇଥିବା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe