୧୨ବର୍ଷର ଛାତ୍ରୀ ଅନ୍ତସତ୍ତ୍ୱା, ୯ମ ଶ୍ରେଣୀ ଛାତ୍ର ନାମରେ ମାମଲା ରୁଜୁ

Advertisment
୧୨ବର୍ଷର ଛାତ୍ରୀ ଅନ୍ତସତ୍ତ୍ୱା, ୯ମ ଶ୍ରେଣୀ ଛାତ୍ର ନାମରେ ମାମଲା ରୁଜୁ

ଚେନ୍ନାଇ: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ୧୪ବର୍ଷର ନାବାଳକ ଜଣେ ୧୨ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଅନ୍ତସତ୍ତ୍ୱା କରିଥିବା ନେଇ ପକ୍‌ସୋ (ପ୍ରୋଟେକ୍‌ସନ୍‌ ଅଫ୍‌ ଚାଇଲ୍ଡ ଫ୍ରମ୍‌ ସେକ୍‌ସୁଆଲ ଅଫେନ୍ସ ) ଆକ୍ଟ ଜରିଆରେ ମାମଲା ରୁଜୁ କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଚେନ୍ନାଇର କୁଡ୍ଡାଲୋରରେ ବସବାସ କରୁଥିବା ଜଣେ ୧୫ବର୍ଷର ନାବାଳକ ନିଜ ପଡୋସୀରେ ରହୁଥିବା ୧୨ବର୍ଷର ନାବାଳିକା ସହିତ ୬ମାସ ହେବ ଦୁଷ୍କର୍ମ କରି ଆସୁଥିଲା। ନାବାଳିକା ବି ଭୟରେ ଏହି ବିଷୟରେ କାହାକୁ କିିଛି ଜଣାଇ ନଥିଲା। ଏହି ସମୟରେ ନାବାଳିକା ଅନ୍ତସତ୍ତ୍ୱା ହୋଇଯାଇଥିଲା। ଏହି ଘଟଣା ସମ୍ପର୍କରେ ପୁଲିସ ଖବର ପାଇବା ପରେ ଉକ୍ତ ନାବାଳକ ବିରୋଧରେ ପକ୍‌ସୋ ଆକ୍ଟ ଜରିଆରେ ମାମଲା ରୁଜୁ କରଯାଇ, ତାକୁ ବିଚାରବିଭାଗୀୟ ହେପାଜତକୁ ନେବା ପରେ ଶିଶୁ ସୁଧାରଗୃହକୁ ପଠାଇ ଦିଆଯାଇଛି।

publive-image

ପୁଲିସ ସୂତ୍ରରୁ ପ୍ରକାଶ, ନାବାଳକ ୯ମ ଶ୍ରେଣୀର ଛାତ୍ର। ସେ ନାବାଳିକା ସହିତ ୬ମାସ ହେବ ଦୁଷ୍କର୍ମ କରି ଆସୁଥିବା ବେଳେ ନାବାଳିକା ୫ମାସର ଅନ୍ତସତ୍ତ୍ୱା ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe