ରାଜସ୍ଥାନ ଲଜ୍ଜା: ନାବାଳକ ଦ୍ୱାରା ଦୁଷ୍କର୍ମର ଶିକାର ହେଲା ୯ ମାସର ଶିଶୁକନ୍ୟା

ରାଜସ୍ଥାନ ଲଜ୍ଜା: ନାବାଳକ ଦ୍ୱାରା ଦୁଷ୍କର୍ମର ଶିକାର ହେଲା ୯ ମାସର ଶିଶୁକନ୍ୟା

Photo Credit: Thinkstock

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା।। ରାଜ୍ୟର କରୌଲି ଜିଲ୍ଳାର ଜଣେ ନାବାଳକ ଏକ ୯ ମାସର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ଚାରିଆଡ଼େ ଏହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ହିନ୍ଦୋନ ସିଟିର ଜତନଙ୍ଗଲା ଗ୍ରାମରେ ରହୁଥିବା ନାବାଳକ ଜଣକ ଏହି ଅପରାଧ ଘଟାଇଛି।

ଦୁଷ୍କର୍ମ ପୀଡ଼ିତା ଶିଶୁର ପରିବାର ଲୋକଙ୍କ କହିବା ଅନୁଯାୟୀ, ନାବାଳକ ଅଭିଯୁକ୍ତ ଜଣକ ସୋମବାର ଦିନ ଶିଶୁ କନ୍ୟାଟିକୁ ତାଙ୍କ ଘରୁ ନିଜ ଘରକୁ ଟେକି ନେଇ ଯିବା ପରେ ଏପରି କାର୍ଯ୍ୟ କରିଥିଲା। ଶିଶୁଟିର ବ୍ୟକ୍ତିଗତ ଅଙ୍ଗରେ ରକ୍ତସ୍ରାବ ଦେଖିବା ପରେ ପରିବାର ଲୋକ ଘଟଣା ସଂପର୍କରେ ଅନୁମାନ ଲଗାଇ ଖୋଳତାଢ଼ ଆରମ୍ଭ କରିଥିଲେ।

ଚଳିତବର୍ଷ ଆରମ୍ଭରୁ ଦିଲ୍ଳୀର ଦ୍ୱାରିକା ଅଞ୍ଚଳରୁ ଜଣେ ୮ ବର୍ଷୀୟା ନାବାଳିକାକୁ ଜଣେ ୧୫ ବର୍ଷିଅ ପଡ଼ୋଶୀ ଦୁଷ୍କର୍ମ କରିଥିବା ସୂଚନା ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe