ଦେଢ଼ ମାସ ପର୍ଯ୍ୟନ୍ତ ନାବାଳକ ସହ ଯୌନ ଶୋଷଣ କରୁଥିଲେ ମା-ଝିଅ

ଦେଢ଼ ମାସ ପର୍ଯ୍ୟନ୍ତ ନାବାଳକ ସହ ଯୌନ ଶୋଷଣ କରୁଥିଲେ ମା-ଝିଅ

Allindiatimes

ନୂଆଦିଲ୍ଲୀ: ହିମାଚଳପ୍ରଦେଶରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ମା’-ଝିଅ ମିଶି ଦୀର୍ଘ ଦେଢ଼ମାସ ପର୍ଯ୍ୟନ୍ତ ଜନୈକ ନାବାଳକକୁ ଯୌନ ଶୋଷଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏ ନେଇ ପୀଡ଼ିତଙ୍କ ବାପା ପୁଲିସରେ ଅଭଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସୂଚନା ମୁତାବକ, ଦୁଇ ଜଣ ମହିଳା ପଡ଼ୋଶୀ ଘରେ ରହୁଥିବା ନାବାଳକକୁ ଦେଢ଼ମାସ ପର୍ଯ୍ୟନ୍ତ ବନ୍ଧକ ରଖି ଜୋର ଜବରଦଦସ୍ତ ତା’ ସହ ଶାରୀରିକ ସଂପର୍କ ରଖୁଥିଲେ । ପ୍ରାୟ ଦେଢ଼ମାସ ପର୍ଯ୍ୟନ୍ତ ଦୁଇ ଜଣ ମହିଳା ପୀଡ଼ିତଙ୍କ ସହ ଯୌନ ଶୋଷଣ କରିବା ସହ କାହାକୁ କହିଲେ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ଦେଇଥିଲେ । ପୀଡ଼ିତ ଅନେକଥର ସେମାନଙ୍କ କବଳରୁ ଖସି ଆସିବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁଇ ଜଣ ମହିଳାଙ୍କ କବଳରୁ ବାହାରି ଆସି ପାରି ନଥିଲେ ।

publive-image oneindia.com

ଦୁଇ ଦିନ ତଳେ ପୀଡ଼ିତ ଖସି ଆସିବାରେ ସଫଳ ହେବା ପରେ ଘରକୁ ଆସି ସବୁ ଘଟଣା ବିଷୟରେ କହିଥିଲେ । ସବୁ ଘଟଣା ବିଷୟରେ ଜାଣି ପୀଡ଼ିତଙ୍କ ବାପା ପୁଲିସରେ ଅଭିଯୋଗ କରିବା ସହ ଦୁଇ ମହିଳା ସଂପର୍କରେ ମା’-ଝିଅ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ କିପରି ପରିବାର ଲୋକେ ପୀଡ଼ିତଙ୍କୁ ଦେଢ଼ମାସ ପର୍ଯ୍ୟନ୍ତ  ଦୁଇ ମହିଳା ଅଭିଯୁକ୍ତଙ୍କ ଘରେ ରହିବା ପାଇଁ ଦେଇଥିଲେ ବା ଏଥି ପାଇଁ ପୂର୍ବରୁ ଅଭିଯୋଗ କ’ଣ ପାଇଁ କରି ନଥିଲେ ସେ ନେଇ ମଧ୍ୟ ବର୍ତ୍ତମାନ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe