ନାବାଳିକା ଦୁଷ୍କର୍ମ ମାମଲା: ଏତଲା ଗ୍ରହଣ ନକରିବା ପ୍ରତିବାଦରେ ଥାନା ଘେରାଉ

ଜଣେ ଆଦିବାସୀ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଘଟଣା ସଂପର୍କରେ ସ୍ଥାନୀୟ ପୁଲିସ ଏଫଆଇଆର୍‌ ଗ୍ରହଣ ନକରିବା ନେଇ ସାଧାରଣରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହ ଏହାର ପ୍ରତିବାଦ କରି ସ୍ଥାନୀୟ ଲୋକେ ଥାନା ଘେରାଉ କରିଥିବା ସୂଚନା ମିଳିଛି।

Rape

ନୂଆଗାଁ: ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଘଟଣା ସଂପର୍କରେ ସ୍ଥାନୀୟ ପୁଲିସ ଏଫଆଇଆର୍‌ ଗ୍ରହଣ ନକରିବା ନେଇ ସାଧାରଣରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହ ଏହାର ପ୍ରତିବାଦ କରି ସ୍ଥାନୀୟ ଲୋକେ ଥାନା ଘେରାଉ କରିଥିବା ସୂଚନା ମିଳିଛି। ଏହି ଘଟଣାଟି କ୍ରମେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ହତୀବାରି ଥାନା ଅଞ୍ଚଳର ଲୋଡୋନ ଆନସାରି (୩୦) ଏହି ଦୁଷ୍କର୍ମ କରିଥିବା ପୁଲିସ୍ ସୂଚନା ଦେଇଛି।

ସୂଚନା ମୁତାବକ ଲୋଡୋନ ଆନସାରି ଜାନୁଆରି ୩୧ ତାରିଖ ରାତିରେ ନିଜ ଘର ନିକଟସ୍ଥ ଜଣେ ନାବାଳିକା (୧୬)ଙ୍କ ଘରେ ପଶି ତାଙ୍କୁ ଜୋର୍ ଜବରଦସ୍ତ ଦୁଷ୍କର୍ମ କରି ସେଠାରୁ ସେ ଫେରାର ହୋଇ ଯାଇଥିଲା। ଘଟଣା ସଂପର୍କରେ ନାବାଳିକାଙ୍କ ଘର ଲୋକେ ଜାଣି ହାତୀବାରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପରିବାର ଲୋକଙ୍କ ଏତଲାକୁ ପୁଲିସ୍‌ ଗ୍ରହଣ କରୁନଥିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏ ସମୟରେ ଅଭିଯୁକ୍ତଙ୍କ ଆତ୍ମୀୟଙ୍କ ପକ୍ଷରୁ ପୀଡ଼ିତାଙ୍କ ପରିବାରକୁ ଅର୍ଥ ଲାଳସା ଦେଇ ଘଟଣା ରଫାଦଫା କରାଯିବାକୁ ଉଦ୍ୟମ ହୋଇଥିଲା। ମାତ୍ର ପୀଡ଼ିତାଙ୍କ ପରିବାର ଲୋକେ ଏଥିରେ ରାଜି ହୋଇନଥିଲେ। ପରେ ପୀଡ଼ିତା ନାବାଳିକାଙ୍କ ଗ୍ରାମର ପ୍ରାୟ ୫୦ରୁ ଅଧିକ ଲୋକ ଥାନାରେ ପହଞ୍ଚି ଏହାର ପ୍ରତିବାଦ କରିବା ପରେ ଶେଷରେ ଥାନା ଅଧିକାରୀ ଏଫ୍‌ଆଇଆର୍‌ ଗ୍ରହଣ କରିଛନ୍ତି। 

ଘଟଣା ସଂପର୍କରେ ନାବାଳିକାଙ୍କ ଘର ଲୋକେ ଜାଣି ହାତୀବାରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପରିବାର ଲୋକଙ୍କ ଏତଲାକୁ ପୁଲିସ୍‌ ଗ୍ରହଣ କରୁନଥିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଏନେଇ ଥାନା କେସ ନମ୍ବର ୦୧/୨୫ରେ ପୋକ୍ସୋ ଆକ୍ଟ ସହ ୩୩୧/୨, ୭୦/୨, ୩୫/୧, ୪/୬ରେ ଏକ ମାମଲା ରୁଜୁ ହୋଇଛି। ମାତ୍ର ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିବା ନେଇ ଥାନା ଅଧିକାରୀ ସୁରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ପୁଲିସ ଟିମ୍‌ ଅଭିଯୁକ୍ତକୁ ଧରିବା ପାଇଁ ତନଘନା ଆରମ୍ଭ କରିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe