ବାପାମାଆ ଅଧିକ ଗେହ୍ଲା କରୁଥିବା ଭାବି ସାନଭାଇକୁ ଶ୍ବାସରୁଦ୍ଧ କରି ମାରିଲା ନାବାଳିକା ଭଉଣୀ

Advertisment
ବାପାମାଆ ଅଧିକ ଗେହ୍ଲା କରୁଥିବା ଭାବି ସାନଭାଇକୁ ଶ୍ବାସରୁଦ୍ଧ କରି ମାରିଲା ନାବାଳିକା ଭଉଣୀ

ନୂଆଦିଲ୍ଲୀ: ତା’ଠାରୁ ସାନଭାଇକୁ ବାପାମାଆ ଅଧିକ ଗେହ୍ଲା କରୁଛନ୍ତି ବୋଲି ମନେ କରି ହରିୟାଣାର ବଲ୍ଲଭଗଡ଼ରେ ଜଣେ ୧୫ ବର୍ଷୀୟ ବାଳିକା ତା’ର ୧୨ ବର୍ଷିୟ ସାନଭାଇକୁ ହତ୍ୟା କରିଛି।

ମଙ୍ଗଳବାର ସନ୍ଧ୍ୟାବେଳେ କାମରୁ ଫେରିବା ପରେ ପୁଅ ବିଛଣା ଚାଦର ଭିତରେ ନିଶ୍ଚଳ ହୋଇ ‌ପଡ଼ିଥିବା ଦେଖି ବାପାମାଆ ଚମକି ପଡ଼ିଥିଲେ। ପ୍ରଥମେ ସେମାନେ ପୁଅକୁ ଉଠାଇବାକୁ ଚେଷ୍ଟା କଲେ, କିନ୍ତୁ ସେମାନଙ୍କର ଉଦ୍ୟମ ବିଫଳ ହେଲା। ଘୋଡ଼ା ହୋଇଥିବା ଚାଦର କାଢ଼ି ଦେବାରୁ ମାଆ ଦେଖିଲେ ପୁଅକୁ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଛି।

ଘଟଣା ସମୟରେ କେବଳ ଝିଅ ହିଁ ଘରେ ଥିଲା ବୋଲି ମାଆ କହିଛନ୍ତି।

ହତ୍ୟାକାଣ୍ଡ ସଂକ୍ରାନ୍ତରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା। ପଚରା ଉଚରା ବେଳେ ପୁଲିସ ଜାଣିଲା ଯେ, ଉତ୍ତର ପ୍ରଦେଶରେ ଜେଜେ‌ ଓ ଜେଜୀଙ୍କ ସହିତ ରହୁଥିବା ଏହି ନାବାଳକ ଭାଇଭଉଣୀ ବାପାମାଆଙ୍କ ସହିତ ଖରାଛୁଟି କଟାଇବାକୁ ବଲ୍ଲଭବାଗ ଆସିଥିଲେ।

publive-image Image Courtesy of Samakalin Malayalam

ତା’ଠାରୁ ସାନଭାଇକୁ ବାପାମାଆ ଅଧିକ ଗେହ୍ଲା କରୁଛନ୍ତି ବୋଲି ଝିଅର ମନେହୋଇଥିଲା ବୋଲି ପୁଲିସ କହିଛି। କାରଣ, ପୁଅକୁ ସମୋନେ ଗୋଟାଏ ମ‌ୋବାଇଲ୍‌ ଫୋନ୍‌ ଦେଇଥିଲେ। ମଙ୍ଗଳବାର ଦିନ ଭାଇ ମୋବାଇଲ୍‌ ଫୋନ୍‌ରେ ଗେମ୍‌ ଖେଳୁଥିବା ବେଳେ ଭଉଣୀ ଯାଇ ଫୋନ୍‌ ମାଗିଲା। କିନ୍ତୁ, ସାନଭାଇ ଫୋନ୍‌ ଦେଲାନାହିଁ। ରାଗିଯାଇ ଭଉଣୀ ସାନଭାଇର ଶ୍ବାସରୁଦ୍ଧ କରି ହତ୍ୟା କଲା।

ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପୁଲିସ ଉକ୍ତ ନାବାଳିକାକୁ ‘ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ’ରେ ହାଜର କରାଇବାର ବ୍ୟବସ୍ଥା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe