ସ୍ଲିପର କୋଚରେ ଝିଅ ସହିତ ଦୁଷ୍କର୍ମ ଓ ମା’ ସହିତ ଅସଦାଚଣ କରିଥିଲା ବସ କଣ୍ଡକ୍ଟର

Advertisment
ସ୍ଲିପର କୋଚରେ ଝିଅ ସହିତ ଦୁଷ୍କର୍ମ ଓ ମା’ ସହିତ ଅସଦାଚଣ କରିଥିଲା ବସ କଣ୍ଡକ୍ଟର

The Logical Indian

ନୂଆଦିଲ୍ଲୀ: ଦିଲ୍ଲୀରୁ ସିକୋହାବାଦ ଆସୁଥିବା ସମୟରେ ଯମୁନା ଏକ୍ସପ୍ରେସୱେରେ ସ୍ଲିପର କୋଚ ବସରେ ମା’ ସହିତ ଅସଦାଚରଣ ଓ ଝିଅ ସହିତ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ପୁଲିସ ସିକୋହାବାଦ ଥାନାରେ ବସକୁ ଅଟକାଇବା ପରେ ଫରେନ୍ସିକ ୟୁନିଟ ଓ ଡଗ ସ୍କ୍ବାର୍ଡ ଟିମ ଘଟଣାର ଯାଞ୍ଚ କରିଛନ୍ତି।

କୁହାଯାଇଛି ଯେ ସିକୋହାବାଦ ନିବାସୀ ମହିଳା ବାଦରପୁର ସୀମାରୁ ନିଜ ଝିଅ ଏବଂ ଭଉଣୀଙ୍କ ଝିଅ ସହିତ ସ୍ଲିପର ବସ୍ ନମ୍ବର ୟୁପି ୮୫ ସିଟି- ୦୨୬୨ ରେ ଘରକୁ ଫେରୁଥିଲେ। ବସ୍ କଣ୍ଡକ୍ଟର ଅନସୁ ଏବଂ ଖାଲାସୀ ବାବଲୁ ବସ୍ ଭିତରେ ଥିବା କ୍ୟାବିନକୁ ତାଙ୍କୁ ଡାକିଥିଲେ। ସେଠାରେ ବାବୁଲୁ ଏବଂ ଅନସୁ ତାଙ୍କୁ ଏକ ଗ୍ଲାସ୍ ମଦ ପିଇବାକୁ ଦେଇଥିଲେ। କିନ୍ତୁ ସେ ମଦ ନପିଇ ଝରକା ବାଟେ ତଳକୁ ଫିଙ୍ଗି ଦେଇଥିଲେ। ଏହି ସମୟରେ ବସ ଚାଳକ ଅନିଲା ଜେୱର ଟୋଲ ପ୍ଲାଜା ନିକଟରେ ବସକୁ ଅଟକାଇ ଲୋକଙ୍କୁ ଫ୍ରେସ ହେବାକୁ କହିଥିଲେ।

UP: Returning home to Delhi, woman raped on private bus | Up News – India TV

ପୀଡିତା ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ଫ୍ରେସ ହେବାକୁ ତଳକୁ ଯାଇଥିଲେ, ସେତେବେଳେ ଅନସୁ ତାଙ୍କ ଝିଅକୁ କ୍ୟାବିନକୁ ଡାକି ଦୁଷ୍କର୍ମ କରିଥିଲା। ସେ ବସ୍‌କୁ ଆସିବା ପରେ ଝିଅ କାନ୍ଦି କାନ୍ଦି ତା’ ସହ ଘଟିଥିବା ଘଟଣା ସମ୍ପର୍କରେ ସୂଚନା ଦେଇଥିଲା।

ପୀଡିତା ଫିରୋଜାବାଦରେ ପହଞ୍ଚି ପରିବାର ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ସମ୍ପର୍କୀୟମାନେ ପ୍ରତାପପୁର ଛକରେ ବସ୍‌କୁ ଅଟକାଇ ଡ୍ରାଇଭରକୁ ମାଡ଼ ମାରିଥିଲେ। ଏହା ପରେ ଡ୍ରାଇଭର ବସ୍ ନେଇ ପୁଲିସ ଷ୍ଟେସନକୁ ଯାଇଥିଲେ। ପୁଲିସ ଷ୍ଟେସନରେ ଫରେନସିକ୍ ଏବଂ କୁକୁର ସ୍କ୍ବାର୍ଡ ଟିମ୍ ବସ ଭିତରେ ଅନେକ ଖୋଜା‌ଖୋଜି କରି ପ୍ରମାଣ ସଂଗ୍ରହ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe