ଅପହରଣ ପରେ ୧୨ ଘଣ୍ଟା ଧରି ନାବାଳିକାଙ୍କୁ ଗଣଦୁଷ୍କର୍ମ

Advertisment
ଅପହରଣ ପରେ ୧୨ ଘଣ୍ଟା ଧରି ନାବାଳିକାଙ୍କୁ ଗଣଦୁଷ୍କର୍ମ

Photo Credit: Getty Images

ମୁମ୍ବାଇ: ଜଣେ ନାବାଳିକାକୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍‌ ମୁମ୍ବାଇର ନାଲସୋପୋରା ଅଞ୍ଚଳରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲରେ ସଂପୃକ୍ତ ଥିବା ଚତୁର୍ଥ ଅଭିଯୁକ୍ତକୁ ଧରିବା ପାଇଁ ପୁୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜ୍ଜୁ କରାଯାଇଛି।

୧୭ ବର୍ଷୀୟା ନାବାଳିକା ଜଣକ ଅଭିଯୋଗ ଆଣିଛନ୍ତି ଯେ ସେ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଏକ ‌ଅଟୋ ଆସି ତାଙ୍କ ରାସ୍ତା ଅବରୋଧ କରିଥିଲା। ଅଟୋରେ ବସିଥିବା ୩ ଜଣ ଯୁବକ ଛୁରୀ ଦେଖାଇ ବଳପୂର୍ବକ ତାଙ୍କୁ ସେଠାରୁ ଟେକି ନେଇ ଯାଇଥିଲେ। ପୀଡ଼ିତାଙ୍କ ସହ ତାଙ୍କ ଜଣେ ବନ୍ଧୁ ମଧ୍ୟ ଥିଲେ। ସେ ଆପତି କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଧମକଚମକ ଦେଇ ପୀଡ଼ିତା ନାବାଳିକାଙ୍କୁ ଟେକି ନେଇଥିଲେ।

ସେମାନେ ପୀଡ଼ିତାକୁ ଏକ ନିର୍ମାଣଧୀନ କୋଠାକୁ ନେଇ ତଶଙ୍କ ସହ ଦୁଷ୍କର୍ମ କରିଥି‌େଲେ। ପୀଡ଼ିତା ଜଣକ କହିଛନ୍ତି କି ୩ ଜଣ ମିଶି ତାଙ୍କୁ ଅପହରଣ କରିଥିଲେ ଦୁଷ୍କର୍ମ ବେଳେ ସେମାନଙ୍କ ସହ ଆଉ ଜଣେ ବି ସାମିଲ୍‌ ଥିଲା। ଦୀର୍ଘ ୧୨ ଘଣ୍ଟା ଧରି ପୀଡ଼ିତାଙ୍କୁ ଦୁଷ୍କର୍ମ କରି ଶେଷରେ ଦୁଷ୍କର୍ମକାରୀମାନେ ତାଙ୍କୁ ଯେଉଁଠୁ ନେଇଥିଲେ ସେଇଟି ଆଣି ଛାଡ଼ି ଦେଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe