ପୋଖରୀ ହିଡ଼ରେ ନାବାଳିକାଙ୍କୁ ଦୁର୍ଷ୍କମ, ଅଭିଯୁକ୍ତ ଗିରଫ

Advertisment
ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ଚିକିିଟି: ଗଂଜାମ ଜିଲ୍ଲା ଚିକିଟି ବ୍ଲକ କେ.ନୂଆ ଗାଁ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଜଣେ ୧୧ବର୍ଷୀୟ ନାବାଳିକାଙ୍କୁ ସେହି ଗ୍ରାମର ଜଣେ ବ୍ୟକ୍ତି ଗାଁ ପୋଖରୀ ହିଡକୁ ଟେକି ନେଇ ଦୁର୍ଷ୍କମ କରିଛନ୍ତି। ନାବାଳିକାଙ୍କ ପାଟି ଓ ହାତକୁ ବାନ୍ଧି ଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି। କେ.ନୂଆ ଗାଁ ପୁଲିସ ପୀଡ଼ିତା ଓ ଅଭିଯୁକ୍ତର ଡାକ୍ତରୀମାଇନା କରାଇଛି। ଆଜି ଅଭିଯୁକ୍ତ କେଶବ ବେହେରା(୫୫)ଙ୍କୁ କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ଅନୁଯାୟୀ,କେ.ନୂଆ ଗାଁ ଥାନା ଅଞ୍ଚଳର ଜଣେ ନାବାଳିକା ସୋମବାର ଦିନ ଘର ବାଡ଼ି ପାର୍ଶ୍ବ ନଳକୂପକୁ ହାତ ଧୋଇବାକୁ ଯାଇଥିଲେ। ଗୋଡ଼ ହାତ ଧୂଆ ଧୋଇ ହେଉଥିବା ବେଳେ ସେହି ଗ୍ରାମର କେଶବ ବେହେରା ଆସି ତାଙ୍କ ପାଟିକୁ ଜାବୁଡ଼ି ଧରି ତାଙ୍କୁ ନିକଟସ୍ଥ ପୋଖରୀ ହିଡକୁ ଟେକି ନେଇ ଯାଇଥିଲେ। ସେଠାରେ ପାଟି ଓ ହାତକୁ ଗାମୁଛା ବାନ୍ଧି ପୋଖରୀ ହିଡରେ ନାବାଳିକାଙ୍କୁ ଦୁର୍ଷ୍କମ କରିଥିଲେ। ନାବାଳିକା ଘରେ ଆସି କହିବା ପରେ ଘର ଲୋକମାନେ ଜାଣି କେ. ନୂଆ ଗାଁ ଥାନାରେ ଅଭିଯୋଗ କରିଥିଲେ। ଦଫା ୩୭୬ ଓ ପକ୍ସୋ ଆଇନ ବଳରେ କେ.ନୂଆ ଗାଁ ଥାନାରେ ଏକ ୨୩୬/୨୦ରେ ଏକ କେସ ରୁଜୁ ହୋଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe