ମନ୍ଦିର ପାଖରେ ନାବାଳିକା ସହିତ ଦୁଷ୍କର୍ମ; ଦେହ ସାରା କାମୁଡ଼ା ଦାଗ

Advertisment
ମନ୍ଦିର ପାଖରେ ନାବାଳିକା ସହିତ ଦୁଷ୍କର୍ମ; ଦେହ ସାରା କାମୁଡ଼ା ଦାଗ

ସତନା: ମଧ୍ୟପ୍ରଦେଶର ସତନା ଜିଲ୍ଲା ଅନ୍ତର୍ଗତ ମୈହାର୍‌ ସହରସ୍ଥିତ ଏକ ପ୍ରସିଦ୍ଧ ମନ୍ଦିର ପରିଚାଳନା ଟ୍ରଷ୍ଟ୍‌ରେ କାର୍ଯ୍ୟ କରୁଥିବା ୨ଜଣ ବ୍ୟକ୍ତି ଜଣେ ୧୨ ବର୍ଷୀୟ ନାବାଳିକା ସହିତ ଦୁଷ୍କର୍ମ କରିବା ସହିତ ତା’ର ସମଗ୍ର ଦେହକୁ କାମୁଡ଼ା କାମୁଡ଼ି କରିଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି।

ଗୁରୁବାର ଦିନ ଘଟିଥିବା ଅପକର୍ମରେ ଦୁଇ ଦୁଷ୍କର୍ମକାରୀ ଉକ୍ତ ନାବାଳିକାର ଗୁପ୍ତାଙ୍ଗରେ କ‌ୌଣସି ଟାଣୁଆ ଜିନିଷ ଭର୍ତ୍ତି କରିଥିବା କଥା ପୁଲିସ ସୂତ୍ରରୁ ପ୍ରକାଶ। କିନ୍ତୁ, ଡାକ୍ତରୀ ରିପୋର୍ଟ ମିଳିବା ପରେ ଏ ବିଷୟ ସୁନିଶ୍ଚିତ କରାଯାଇପାରିବ ବୋଲି ସତନା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଆଶୁତୋଷ ଗୁପ୍ତା କହିଛନ୍ତି।

ଭୀଷଣ ରକ୍ତସ୍ରାବ ହେଉଥିବା ଉକ୍ତ ନାବାଳିକାର ଉନ୍ନତ ଚିକିତ୍ସା ଆବଶ୍ୟକ ଥିବାରୁ ତାକୁ ରେୱା ଅନ୍ତର୍ଗତ ଡିଭିଜ୍‌ନାଲ୍‌ ହେଡ୍‌କ୍ବାଟର୍ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ତା’ର ଅବସ୍ଥା ଠିକ୍‌ ଥିବା କଥା ତାକୁ ଚିକିତ୍ସା କରୁଥିବା ଡାକ୍ତରମାନେ କହୁଛନ୍ତି ବୋଲି ବୋଲି ଗୁପ୍ତା କହିଛି।

publive-image Image Courtesy of NDTV

ଗିରଫ ଅଭିଯୁକ୍ତମାନେ ହେଲେ ରବୀନ୍ଦ୍ର କୁମାର ରବି ଓ ଅତୁଳ ଭାଦୋଲିୟା। ସେମାନେ ନାବାଳିକାଜଣକୁ କୌଣସି ମତେ ଭୁଲାଇ ଏକ ନିରୋଳା ସ୍ଥାନକୁ ନେଇ ତା’ ସହତ ଦୁଷ୍କର୍ମ କରିଥିଲେ। ସେମାନଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ୩୦ ବର୍ଷ ବୟସ୍କ ଦୁଇ ଅଭୁଯୁକ୍ତଙ୍କୁ ଶୁକ୍ରବାର ଦିନ ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା ବୋଲି ପୁଲିସ କହିଛି।

ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଝିଅଟିକୁ ସମ୍ଭାବ୍ୟ ସମସ୍ତ ପ୍ରକାର ଡାକ୍ତରୀ ଚିକିତ୍ସା ଯୋଗାଇ ଦେବା ଲାଗି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପୁଲିସକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe