ଘର ଭିତରେ ଜାଳି ଦେଇ ବାହାରେ ବାପାଙ୍କ ମୃତ୍ୟୁକୁ ଅପେକ୍ଷା କରିଥିଲା ନାବାଳକ ପୁଅ

ଅଲିମ ଗଭୀର ନିଦ୍ରାରେ ଶୋଇଥିଲେ, ଏହି ସମୟରେ ପୁଅ ତାଙ୍କ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲା। ଏହାପରେ ସେ କୋଠରୀକୁ ବାହାରୁ ବନ୍ଦ କରି ବାହାରେ ଠିଆ ହୋଇ ବାପାଙ୍କ ମୃତ୍ୟୁକୁ ଅପେକ୍ଷା କରିଥିଲା।

ରିୀ

ନୂଆଦିଲ୍ଲୀ: ଦିଲ୍ଲୀ ସଂଲଗ୍ନ ଫରିଦାବାଦର ଅଜୟ ନଗର ପାର୍ଟ-୨ରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାଠପଢା ଓ ଟଙ୍କା ଚୋରି କରିବା ପାଇଁ ଗାଳି ହେବାରୁ ବିରକ୍ତ ହୋଇ ଜଣେ ନାବାଳକ ଗତସୋମବାର ବିଳମ୍ବିତ ରାତିରେ ତାଙ୍କ ବାପାଙ୍କୁ ଜୀବନ୍ତ ଜାଳି ହତ୍ୟା କରିଛି। 

ମୃତକ ଉତ୍ତର ପ୍ରଦେଶର ମିର୍ଜାପୁରର ମୂଳ ବାସିନ୍ଦା। ନାମ ମହମ୍ମଦ ଅଲିମ ବୟସ ୫୫ବର୍ଷ ଥିବା ଜଣାପଡ଼ିଛି। ଗତ ଚାରି ମାସ ଧରି  ମହମ୍ମଦ ଅଲିମ ତାଙ୍କର ୧୪ ବର୍ଷର ପୁଅ ସହିତ ଅଜୟ ନଗର ପାର୍ଟ-୨ରେ ଏକ ଭଡ଼ା ଘର ନେଇ ରହୁଥିଲେ।

ଅଲିମ ଧାର୍ମିକ ସ୍ଥଳ ପାଇଁ ଦାନ ସଂଗ୍ରହ କରିବା ସହିତ ମଶାରୀ ଏବଂ ଅନ୍ୟାନ୍ୟ ଘର କରଣା ସାମଗ୍ରୀ ବିକ୍ରି କରିଥାଆନ୍ତି। ଗତସୋମବାର ରାତିରେ ଅଲିମ ତାଙ୍କ ପୁଅକୁ ପାଠପଢ଼ୁ ନଥିବା ହେତୁ ଗାଳି କରିଥିଲେ। 

ଅଭିଯୋଗରେ କୁହାଯାଇଛି କି, ସୋମବାରରାତି ପ୍ରାୟ ୨ଟା ସମୟରେ ଅଲିମ ଗଭୀର ନିଦ୍ରାରେ ଶୋଇଥିଲେ, ଏହି ସମୟରେ ପୁଅ ତାଙ୍କ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲା। ଏହାପରେ ସେ କୋଠରୀକୁ ବାହାରୁ ବନ୍ଦ କରି ବାହାରେ ଠିଆ ହୋଇ ବାପାଙ୍କ ମୃତ୍ୟୁକୁ ଅପେକ୍ଷା କରିଥିଲା। ଅଗ୍ନିକାଣ୍ଡରେ ଅଲିମ ଘର ବାରହାରକୁ ବାହାରି ନପାରି ପୋଡ଼ି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।


ପ୍ରାୟ ଦଶ ମିନିଟ୍ ସଂଘର୍ଷ ପରେ, ପଡ଼ୋଶୀମାନେ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ କିଶୋର ସେମାନଙ୍କୁ ଦେଖି ଦୌଡ଼ି ପଳାଇ ଯାଇଥିଲା। ତଥାପି, ଏବେ ପୋଲିସ ତାଙ୍କୁ ହେପାଜତକୁ ନେଇ ତଦନ୍ତ କରୁଛି।

ଘରମାଲିକ ରିୟାଜୁଦ୍ଦିନଙ୍କ ଅଭିଯୋଗ ଆଧାରରେ ମୃତ ମହମ୍ମଦ ଅଲିମଙ୍କ ନାବାଳକ ପୁଅ ବିରୋଧରେ ପାଲ୍ଲା ଥାନାରେ ହତ୍ୟା ସମେତ ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। 
ପୁଲିସ ଅଲିମଙ୍କ ମୃତଦେହକୁ ହେପାଜତକୁ ନେଇ ବ୍ୟବଚ୍ଛେଦ ପାଇଁ ବିକେ ହସ୍ପିଟାଲକୁ ପଠାଇ ଦେଇଛି। ପୁଲିସ ମୃତକଙ୍କ ନାବାଳକ ପୁଅକୁ ହେପାଜତକୁ ନେଇ ପଚରାଉଚରା କରୁଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe