ଟ୍ୟୁସନ୍‌ରୁ ଫେରୁଥିବା ନାବାଳିକାକୁ କାରରେ ଅପହରଣ କରି ଗଣଦୁଷ୍କର୍ମ ପରେ ହତ୍ୟା

Advertisment
ଟ୍ୟୁସନ୍‌ରୁ ଫେରୁଥିବା ନାବାଳିକାକୁ କାରରେ ଅପହରଣ କରି ଗଣଦୁଷ୍କର୍ମ ପରେ ହତ୍ୟା

ମିରଟ: ଉତ୍ତରପ୍ରଦେଶର ବୁଲନ୍ଦସହରର ୯୧ ଜାତୀୟ ରାଜପଥରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ନେଇ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇ ଯାଇଛି। ପ୍ରଥମେ ମୃତ ନାବାଳିକାଙ୍କ ପରିବାର ପକ୍ଷରୁ ହୋଇଥିବା ଏହି ଅପହରଣ, ଦୁଷ୍କର୍ମ ଘଟଣାକୁ ନଜରଅନ୍ଦାଜ କରାଯାଇଥିଲା। ମାତ୍ର ପରେ ପୁଲିସର ବରିଷ୍ଠ ଅଧିକାରୀମାନଙ୍କ ହସ୍ତକ୍ଷେପ ପରେଓ ଏକ କେନାଲରୁ ନାବାଳିକାଙ୍କ ମୃତଦେହ ମିଳିବା ପରେ ପୁଲିସ ଏ ନେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗିରଫ ପରେ ଅଭିଯୁକ୍ତ ଦ୍ୱୟ ସେମାନଙ୍କ ଦୋଷ ସ୍ୱୀକାର କରିଥିବା ପୁଲିସ କହିଛି।
ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ଠାରୁ ପ୍ରକାଶ ଯେ ବୁଲନ୍ଦସହରର ସିକନ୍ଦରାବାଦ ଅଞ୍ଚଳର ଜୁଲଫିକର ଆବାସି, ଦିଲସାଦ ଓ ଇସ୍ରାଇଲ ନାମକ ତିନି ଜଣ ଯୁବକ, ଯେଉଁମାନଙ୍କ ବୟସ ୨୭/୨୮ ବର୍ଷ ହେବ, ଗତ ଜାନୁଆରି ଦୁଇ ତାରିଖ ଦିନ ସିନେମା ଦେଖିବା ସହିତ ଗୋଟିଏ ସ୍ଥାନରେ ମଦ୍ୟପାନ କରିଥିଲେ।ତା ପରେ ସେମାନେ ଏକ କାରି ନେଇ ଜାତୀୟ ରାଜପଥରେ ଯାଉଥିବା ବେଳେ ଚାନ୍ଦପୁର ଗାଁ ନିକଟରେ ଟ୍ୟୁସନ୍‌ରୁ ଫେରୁଥିବା ନାବାଳିକାକୁ ଦେଖି ଗାଡ଼ିରେ ତାଙ୍କୁ ଅପହରଣ କରି ନେଇଥିଲେ।ପରେ ଅଭିଯୁକ୍ତମାନେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ସହିତ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ସେହି ଦିନ ରାତିରେ ଅଭିଯୁକ୍ତମାନେ ନାବାଳିକାଙ୍କ ମୃତଦେହକୁ ଗ୍ରେଟର ନୋଇଡା ଅଞ୍ଚଳର ବିଲ ଆକବରପୁର ଗାଁ ନିକଟସ୍ଥ କେନାଲରେ ଫିଙ୍ଗି ଦେଇ ଫେରାର ହୋଇ ଯାଇଥିଲେ।

publive-image
ଅପରାଧୀମାନେ ଯେଉଁ କାରରେ ଯୁବତୀଙ୍କୁ ଅପହରଣ କରିଥିଷଳ ତାହା ହେଉଛି ଅଭିଯୁକ୍ତ ଜୁଲଫିକର ଆବାସିର ଓ ସେହି କାରକୁ ମଧ୍ୟ ଜବତ କରାଯାଇଛି। ଏହି ଘ୍ୟଣ୍ୟ କାଣ୍ଡ ଘଟାଇଥିବା ବୁଲନ୍ଦସହରର ସିକନ୍ଦରାବାଦ ଅଞ୍ଚଳର ଜୁଲଫିକର ଆବାସି, ଦିଲସାଦଙ୍କୁ ଗିରଫ କରାଯାଇଥିବା ବେଳେ ଇସ୍ରାଇଲ ଫେରାର ହୋଇଯାଇଛି।
ଗୁରୁତ୍ୱପୂର୍ଣ୍ଣ ହେଉଛି, ଯେତେବେଳେ, ଝିଅଟି ଟ୍ୟୁସନ୍‌ରୁ ଫେରିବା ବିଳମ୍ବ ହେଲା, ସେତେବେଳେ ପରିବାର ଲୋକେ ତାଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ।ମାତ୍ର ପୁୁଲିସ ପ୍ରଥମେ ଏହା ପ୍ରେମ ବ୍ୟାପାର ଓ ନାବାଳିକା ଜଣକ ତାଙ୍କ ପ୍ରେମିକଙ୍କ ସାଙ୍ଗରେ ଫେରାର ହୋଇଯାଇଥିବା କହି କଥାକୁ ଗୁରୁତ୍ୱ ଦେଇ ନ ଥଲା। ଯଦି ପୁଲିସ ପ୍ରଥମରୁ ପୁଲିସ ନାବାଳିକାଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଗୁରୁତ୍ୱ ଦେଇଥାନ୍ତା, ତେବେ ଜଣେ ନାବାଳିକାଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି କହି ଅଞ୍ଚଳରେ ପୁଲିସ ବିରୋଧରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe