ପ୍ରେମିକାଙ୍କ ପାଇଁ ଦାଦାଙ୍କ ଉପରେ ଏଭଳି ପ୍ରତିଶୋଧ ନେଲେ ନାବାଳକ ପ୍ରେମିକ

ପ୍ରେମ ପାଇଁ ଜଣେ ନାବାଳକ ହତ୍ୟାକାରୀ ସାଜିଛନ୍ତି। ପ୍ରେମିକାଙ୍କ ଦାଦା ଝିଆରୀଠୁ ଦୂରେଇ ରହିବାକୁ ଚେତାବନୀ ଦେବା ପରେ ନାବାଳକ ପ୍ରେମିକଙ୍କ ମନରେ କ୍ରୋଧ ସୃଷ୍ଟି ହୋଇଥିଲା। ପ୍ରେମିକାଙ୍କ ଦାଦାଙ୍କୁ ରାସ୍ତାରୁ ହଟାଇବାକୁ ଚିନ୍ତା କରିବା ଆରମ୍ଭ କରିଥିଲେ।

ଅଦ୍ୟତନ ହୋଇଛି
minor lover took revenge

ଭୁବନେଶ୍ବର: ପ୍ରେମ ପାଇଁ ଜଣେ ନାବାଳକ ହତ୍ୟାକାରୀ ସାଜିଛନ୍ତି। ପ୍ରେମିକାଙ୍କ ଦାଦା  ଝିଆରୀଠୁ ଦୂରେଇ ରହିବାକୁ ଚେତାବନୀ ଦେବା ପରେ ନାବାଳକ ପ୍ରେମିକଙ୍କ ମନରେ କ୍ରୋଧ ସୃଷ୍ଟି ହୋଇଥିଲା। ପ୍ରେମିକାଙ୍କ ଦାଦାଙ୍କୁ ରାସ୍ତାରୁ ହଟାଇବାକୁ ଚିନ୍ତା କରିବା ଆରମ୍ଭ କରିଥିଲେ। ରାତି ଅଧରେ ବାଇକ୍‌ରେ ଫେରୁଥିବା ଯୁବତୀଙ୍କ ଦାଦାଙ୍କ ବେକକୁ ଖଣ୍ଡାରେ ଚୋଟ ୧୭ ବର୍ଷ ବୟସ୍କ ନାବାଳକ ପ୍ରେମିକ ଚୋଟ ପକାଇଥିଲେ। ଦାଦାଙ୍କ ମୁଣ୍ଡରୁ ଗଣ୍ଡି ଅଲଗା ହୋଇ ଯାଇଥିଲା।

ବୁଧବାର-ଗୁରୁବାର ରାତି ଅଧରେ ରାଜଧାନୀ ଭୁ‌ବନେଶ୍ବରରେ ଏଭଳି ହତ୍ୟାକାଣ୍ଡ ଘଟିଛି।  ଅଭିଯୁକ୍ତ ନାବାଳକଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି । ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଏଭଳି ଲୋମଟାଙ୍କୁରା ଅପରାଧ ଘଟିଛି। ମୃତକ ହେଉଛନ୍ତି ଜଗା ମଲ୍ଲିକ । ଏନେଇ ଖଣ୍ଡିଗିରି ଥାନାରେ ମାମଲା ରୁଜୁ ହୋଇଛି। 

ଜଗାଙ୍କ ଝିଆରୀଙ୍କ ସହ ଶୁକବିହାରର ଯୁକ୍ତ-୨ର ଛାତ୍ରଙ୍କର ପ୍ରେମ ସମ୍ପର୍କ ଥିଲା। ଏହି ଘଟଣାକୁ ଜଗା ବିରୋଧ କରୁଥିଲେ।  ନାବାଳକଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ରାସ୍ତା ଉପରେ ଜଗାଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଖଣ୍ଡଗିରି ପୁଲିସ୍‌କୁ ଖବର ଦେଇଥିଲେ। ଖଣ୍ଡଗିରି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।

ଅଧିକ ପଢ଼ନ୍ତୁ: ବିକାଶକୁ ଚାହିଁ ବସିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମଧୁପୁରଗଡ଼ ଗାଁ

 ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ପ୍ରାୟ ୨ ଘଣ୍ଟା ପରେ ପୁଲିସ୍‌ ଅଭିଯୁକ୍ତ ନାବାଳକଙ୍କୁ ଧରିବା ପରେ ଥାନାରେ ଅଟକ ରଖିଛି। ଏଥିସହ ଘଟଣା ସମ୍ପର୍କରେ ତାଙ୍କୁ ପୁଲିସ୍‌ ପଚରାଉଚରା କରୁଥିବା ଜଣାଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ସମଗ୍ର ରାଜଧାନୀ ଭୁବନେଶ୍ୱରରେ କୋକୁଆ ଭୟ ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ: ବିରୁଡ଼ି ଆକ୍ରମଣରେ ଶିଶୁ ମୃତ, ୨ ଗୁରୁତର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe