ମହିଳାଙ୍କୁ ଦୁର୍ବ୍ୟବହାର: ଯୁବକ ଗିରଫ

ସମ୍ବଲପୁର: ବ୍ୟବସାୟୀଙ୍କୁ ଭୟଭୀତ କରି ୧ ଲକ୍ଷ ଟଙ୍କା ଲୁଟିନେଲେ କନ୍‌ଷ୍ଟେବଲ

photo-jansatta

ଭୁବନେଶ୍ୱର: ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ବ୍ରହ୍ମେଶ୍ବର ପାଟଣାରେ ଭଡ଼ା ରହୁଥିବା ବିହାରର ସୁଜିତ ସିଂକୁ ଗିରଫ କରିଛି। ମହିଳାଙ୍କ ଅଭିଯୋଗକ୍ରମେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଚାଲିଛି। ସୂଚନା ମୁତାବକ, ଗୋଟିଏ ମାଲିକଙ୍କ ଘରେ ସୁଜିତ ଓ ଅଭିଯୋଗକାରିଣୀ ସବାନ୍‌ ଖାନ୍‌ ଭଡ଼ା‌ରେ ରହୁଥିଲେ। ବିଦ୍ୟୁତ୍‌ ସଂଯୋଗ, ପାନୀୟ ଜଳ ଓ ଲୁଗା ଶୁଖାକୁ ନେଇ ଉଭୟ ପରିବାର ମଧ୍ୟରେ ବିଭିନ୍ନ ସମୟରେ କନ୍ଦଳ ଲାଗି ରହିଥିଲା। ଗତକାଲି ଲୁଗା ଶୁଖାଇବାକୁ ନେଇ ସୁଜିତ ଓ ସବାନ୍‌ ମୁହାଁମୁହିଁ ହୋଇଥିଲେ। ସବାନ୍‌ଙ୍କୁ ପିଟିବା ସହ ତାଙ୍କୁ ଦୁର୍ବ୍ୟବହାର କରିବା ନେଇ ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe