ପୁରୁଣା ଭୁବନେଶ୍ୱର: ଧଉଳି ଥାନା ଅନ୍ତର୍ଗତ ଗଙ୍ଗଶିଉଳି ପାଟଣାରେ ଜଣେ ମହିଳାଙ୍କୁ ଅସଭ୍ୟ ଆଚରଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଯୁବକଟିକୁ ବାନ୍ଧି ପୁଲିସ ଜିମା ଦେଇଥିଲେ। ପୁଲିସ ଯୁବକଟିକୁ ଅଟକ ରଖିଛି। ମିଳିଥିବା ସୂଚନା ଅନୁଯାୟୀ ମହିଳା ଜଣକ ଗାଧୋଇବାକୁ ଯାଉଥିବା ବେଳେ ସ୍ଥାନୀୟ ଯୁବକ କାଳିଆ ବେହେରା ଲିତା(ଛଦ୍ମନାମ)ଙ୍କ ଲୁଗା ଘୋଷାଡ଼ିଥିଲେ । ତେବେ ମହିଳା ଜଣକ ପ୍ରତିବାଦ କରିବା ସହ ଚିତ୍କାର କରିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ କାଳିଆକୁ ଜାବୁଡ଼ି ଧରିଥିଲେ। ତେବେ କାଳିଆ ଗାଳିମନ୍ଦ କରିବା ସହ ଦୌଡ଼ିବାକୁ ଉଦ୍ୟମ କରିବାରୁ ଲୋକେ ତାକୁ ଦୌଡ଼ିରେ ବାନ୍ଧି ଦେଇଥିଲେ। ଘଟଣା ସମ୍ପର୍କରେ ଗାଁ ମହିଳାମାନେ ଏକାଠି ହୋଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିର୍ତ୍ତିିକରି ପୁଲିସ କାଳିଆକୁ ଅଟକ ରଖି ପଚରା ଉଚୁରା ଚଳାଇଛି।
ମହିଳାଙ୍କୁ ଦୁର୍ବ୍ୟବହାର, ଯୁବକ ଅଟକ
Advertisment
Follow Us