ନାବାଳିକାକୁ ଅସଦାଚରଣ, ଯୁବକ ଗିରଫ

Advertisment
ସଙ୍ଗରୋଧ କେନ୍ଦ୍ରରେ ବଢ଼ୁଛି ହିଂସା : ଆଶାକର୍ମୀଙ୍କୁ ମାଡ଼, ପରିବାରକୁ ହତ୍ୟା ଧମକ, ୨ ଗିରଫ

Image Source--aajtak

ଭୁବନେଶ୍ବର: ଜଣେ ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ସହିଦ ନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ବାୟାବାବା ମଠ ଗଳିରେ ରହୁଥିବା ତ୍ରିମୂର୍ତ୍ତି ଦୋରା ଓରଫ ରାଜୁ। ନାବାଳିକା ଜଣକ ରାଜୁ ଘର ଦେଇ ସ୍କୁଲକୁ ଯାଉଥିବା ବେଳେ ରାଜୁ ତାର ପିଛା କରୁଥିଲା। ବିଭିନ୍ନ ସମୟରେ ଅଶ୍ଳୀଳ କମେଣ୍ଟ କରୁଥିଲା। ୫ ତାରିଖରେ ନାବାଳିକାକୁ ଅସଦାଚରଣ କରିବାରୁ ସେ ଘଟଣା ସମ୍ପର୍କରେ ଘରେ କହିଥିଲା। ପରିବାରବର୍ଗ ରାଜୁକୁ ଭେଟିବା ସହ ତାକୁ ଏଥିରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ରାଜୁ ପୂର୍ବବତ୍‌ କମେଣ୍ଟ କରିବାରୁ ଥାନାରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe