ଘରେ ପଶି ନାବାଳିକାଙ୍କୁ ଅସଦାଚରଣ

Advertisment
ଘରେ ପଶି ନାବାଳିକାଙ୍କୁ ଅସଦାଚରଣ

ଭୁବନେଶ୍ୱର: ଜଣେ ଯୁବକ ପଡ଼ୋଶୀଙ୍କ ଘରେ ପଶି ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ଆଜି ନୂଆପଲ୍ଲୀ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ଜୟାବତୀ ସବର ନାମକ ମହିଳା ତାଙ୍କ ପରିବାର ସହ ଦୀର୍ଘ ଦିନ ହେଲା ସାଲିଆସାହି ଏକାମ୍ର ନଗର ଅଞ୍ଚଳରେ ରହି ଆସୁଛନ୍ତି। ତାଙ୍କର ପଡ଼ୋଶୀଙ୍କ ସହ କୌଣସି କଥାକୁ ନେଇ ଶତ୍ରୁତା ଥିଲା। ଏ ନେଇ ଆଗରୁ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗ ରଖି ତାଙ୍କ ପଡ଼େଶୀ ଜୟାବତୀଙ୍କ ଘରେ କେହି ନଥିବାର ସୁଯୋଗ ନେଇ ତାଙ୍କ ୧୨ ବର୍ଷର ଝିଅ ସହ ଅସଦାଚରଣ କରିଥିଲେ। ଜୟାବତୀ ଘରକୁ ଫେରିଲା ପରେ ଘଟଣା ସଂର୍ପକରେ ତାଙ୍କ ଝିଅ ତାଙ୍କୁ ସବୁକଥା ଜଣାଇଥିଲା। ଏ ନେଇ ଜୟାବତୀ ଆଜି ସଂଧ୍ୟା ପ୍ରାୟେ ୬ଟା ସମୟରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe