ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ

Advertisment
ମନ୍ଦିରରୁ ଲାଇଟ୍‌ ଚୋରି ବେଳେ ଜଣେ ଗିରଫ

India Today

ଭୁବନେଶ୍ବର: ମହିଳାଙ୍କୁ ମାଡ଼ ପରେ ଅସଦାଚରଣ। ଏଭଳି ଏକ ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା ପଳାସୁଣୀ କପିଳେଶ୍ବର ଲେନ୍‌-୩ ଅଞ୍ଚଳର ମନୋରଂଜନ ମିଶ୍ର (୫୪)। ଦୀର୍ଘଦିନ ହେବ ମନୋରଂଜନର ଉକ୍ତ ମହିଳାଙ୍କ ପରିବାର ସହ ବିବାଦ ଲାଗି ରହିଥିଲା। ଆଜି ସକାଳେ ହଠାତ୍‌ ମନୋରଂଜନ ତାଙ୍କ ଘର ନିକଟକୁ ଯାଇ ଗାଳିଗୁଲଜ କରିଥିଲା। ମହିଳା ଜଣକ ପ୍ରତିବାଦ କରିବାରୁ ମନୋରଂଜନ ତାଙ୍କୁ ମାଡ଼ ମାରିବା ସହ ଅସଦାଚରଣ କରିଥିଲା। ଏନେଇ ମହିଳା ଜଣକ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe