ଚେନ୍ନାଇ ‘ବିଜେପି’ ଅଫିସ୍‌ରେ ପେଟ୍ରୋଲ୍‌ ବୋମା ଫିଙ୍ଗି ଖସିଗଲେ ଦୁର୍ବୃତ୍ତ; ଜଣେ ଗିରଫ

Advertisment
ଚେନ୍ନାଇ ‘ବିଜେପି’ ଅଫିସ୍‌ରେ ପେଟ୍ରୋଲ୍‌ ବୋମା ଫିଙ୍ଗି ଖସିଗଲେ ଦୁର୍ବୃତ୍ତ; ଜଣେ ଗିରଫ

Image Courtesy of India Today

ଚେନ୍ନାଇ: ଗତ ରାତି ପ୍ରାୟ ୧ଟା ବେଳେ କ‌େତେକ ଦୁର୍ବୃତ୍ତ ଦୁଇ-ଚକିଆ ଗାଡ଼ିରେ ଆସି ତାମିଲନାଡୁର ଚେନ୍ନାଇରେ ଥିବା ‘ବିଜେପି’ କାର୍ଯ୍ୟାଳୟରେ ପେଟ୍ରୋଲ୍‌ ବୋମା ଫିଙ୍ଗିଛନ୍ତି। ଏହାପରେ ସେ ଦୁର୍ବୃତ୍ତମାନେ ପୁଲିସକୁ ଫାଙ୍କି ଦେଇ ଖସି ପଳାଇଥିଲେ।

କିନ୍ତୁ, ‘ସିସିଟିଭି ଫୁଟେଜ୍‌’କୁ ଆଧାର କରି ପୁଲିସ ଚେନ୍ନାଇର ନନ୍ଦନାମରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତଜଣକ ହେଉଛନ୍ତି ବି‌ନୋତ। ପୁଲିସ ତାଙ୍କୁ ଜେରା କରୁଛି।

publive-image Image Courtesy of OPIndia

ଘଟଣା ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ‘ବିଜେପି’ ସଦସ୍ୟ କରାତେ ତ୍ୟାଗରାଜନ କହିଛନ୍ତି, ରାତି ପ୍ରାୟ ୧.୩୦ରେ ଆମ ଅଫିସ ଉପରକୁ ଗୋଟାଏ ପେଟ୍ରୋଲ୍‌ ବୋମା ଫିଙ୍ଗା ଯାଇଥିଲା। ୧୫ ବର୍ଷ ତଳେ ମଧ୍ୟ ଏଭଳି ଘଟଣା ଘଟିଥିଲା। ଏଥିରେ ‘ଡିଏମ୍‌କେ’ର ଭୂମିକା ଥିଲା। ଏହି ଘଟଣା ପାଇଁ ଆମେ ତାମିଲନାଡୁ ସରକାରଙ୍କୁ ନିନ୍ଦା କରୁଛୁ। ଆମେ ପୁଲିସକୁ ମଧ୍ୟ ସୂଚନା ଦେଇଛୁ। ଏଭଳି କଥାରେ ‘ବିଜେପି’ କର୍ମୀମାନେ ଭୟଭୀତ ହେବେ ନାହିଁ।

ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି। ଅଫିସ ବାହାରେ ‘ବିଜେପି’ କର୍ମୀମାନେ ସମବେତ ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe