୭ଦିନ ଧରି ନିଖୋଜ ଥିବା ଯୁବତୀଙ୍କର ମିଳିଲା ସୁଇସାଇଡ ନୋଟ

New Project (13)

ନୂଆଦିଲ୍ଲୀ: ଦିଲ୍ଲୀର ଗୀତା କଲୋନୀ ଅଞ୍ଚଳରେ ବସବାସ କରୁଥିବା ଯୁବତୀ ଏକ ସପ୍ତାହ ହେବ ନି‌ଖୋଜ ଥି‌ବା ନେଇ ପରିବାରଲୋକ ପୁଲିସରେ ଅଭିଯୋଗ କରିଥିଲେ। ଗତକାଲି ଯୁବତୀଙ୍କ ମୃତଦେହ ଯମୁନା ନଦୀ କଡରୁ ମିଳିଛି। ମୃତ ଯୁବତୀଙ୍କ ନାମ ସ୍ନେହା ଦେବନାଥ (ବୟସ ୧୯ ବର୍ଷ) ଥିବା ବେଳେ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଥିଲେ।

ତେବେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଆତ୍ମରାମ ସନାତନ ଧର୍ମ କଲେଜରେ ପଢୁଥିବା ସ୍ନେହା ଗତ ୭ ତାରିଖରୁ ନିଖୋଜ ଥିଲେ। ଯୁବତୀଙ୍କ ଶେଷ ଲୋକେସନ  ସିଗନେଚର ବ୍ରିଜ୍ ଦେଖାଉଥିବା ବେଳେ ସ୍ନେହା ପୋଲ ଉପରୁ ଡିଆଁ ମାରି ଆତ୍ମହତ୍ୟା କରିଥିବା ପରିବାର ଲୋକେ ସନ୍ଦେହ କରୁଥିଲେ।

ସ୍ନେହାଙ୍କ ମୃତଦେହ ଯମୁନା ନଦୀରୁ ମିଳିବା ପରେ ପରିବାରଲୋକ ଝିଅ କୋଠରିରୁ ଏକ ସୁଇସାଇଡ ନୋଟ ପାଇଛନ୍ତି। ଯେଉଁଥିରେ ଉଲ୍ଲେଖ ଅଛି କି, ‘ମୁଁ ସିଗନେଚର ବ୍ରିଜ୍ ଉପରୁ ଡେଇଁ ଜୀବନ ହାରିବାକୁ ନିଷ୍ପତ୍ତି ନେଇଛି। ମୋର ମୃତ୍ୟୁ ପାଇଁ କେହି ବି ଦାୟୀ ନୁହନ୍ତି। ମୁଁ ନିଜକୁ ନିଜେ ଅସଫଳ ଓ ବୋଝ ବୋଲି ମନେ କରିଛି। ଏଭଳି ପରିସ୍ଥିତିରେ ବଞ୍ଚିବା ମୋ ପାଇଁ କଷ୍ଟ ହୋଇଯାଇଛି।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe